Categories: ଜାତୀୟ

ଉଦ୍ଧବ ହିଁ ବଡ଼ ବିଶ୍ୱାସଘାତକ: ଶିନ୍ଦେ…

ମୁମ୍ବାଇ,୫।୮ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କାହାର ନାମ ନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ ବାରମ୍ବାର ଆମକୁ ବିଶ୍ୱାସଘାତକ ବୋଲି କୁହନ୍ତି। କିନ୍ତୁ ସେ ନିଜେ ଜଣେ ବଡ଼ ବିଶ୍ୱାସଘାତକ। ଯାହାଙ୍କ ସହ ଆମେ ନିର୍ବାଚନ ଲଢ଼ିଥିଲୁ। ତାଙ୍କ ସହ ସରକାର ଗଠନ କରିଥିଲୁ। କିନ୍ତୁ ଉଦ୍ଧବ କ୍ଷମତା ପାଇଁ ତାଙ୍କର ୨୫ ବର୍ଷର ପୁରୁଣା ବନ୍ଧୁ ଏବଂ ଆଦଶକୁ ଛାଡି ଦେଇଛନ୍ତି। ସେ କେବଳ ରାଜ୍ୟର ଭୋଟର ନୁହଁନ୍ତି ବରଂ ତାଙ୍କ ଦଳର କର୍ମୀଙ୍କ ପିଠିରେ ଛୁରା ଭୁସିଛନ୍ତି। ଉଦ୍ଧବଙ୍କ କଙ୍କଡ଼ା ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଛନ୍ତି ଶିବସେନାରେ ନାରାୟଣ ରାଣେ, ରାଜ ଠାକରେ ଏବଂ ମନୋହର ଯୋଶୀଙ୍କ ପରି ବରିଷ୍ଠ ନେତାମାନେ ଅଗ୍ରଗତି କରୁଥିବାବେଳେ ସେମାନଙ୍କ ଗୋଡ କିଏ ଟାଣିଛି ତାହା ସମସ୍ତେ ଜାଣନ୍ତି।

ଆମେ ଲୋକଙ୍କ ପାଇଁ ତୃଣମୂଳସ୍ତରରେ କାମ କରୁଛୁ ଏବଂ ଘରୁ କାମ କରି ସରକାର ଚଳାଉ ନାହୁଁ। ରାଜ୍ୟରେ ଔରଙ୍ଗଜେବଙ୍କ ଗୌରବ ବୃଦ୍ଧି ଘଟୁଥିବା ଘଟଣା, ସୋସିଆଲ ମିଡିଆରେ ତାଙ୍କର ସ୍ଥିତି ଏବଂ କାର୍ଯ୍ୟକ୍ରମରେ ତାଙ୍କର ଫଟୋଗ୍ରାଫର ପ୍ରଦର୍ଶନ ଉପରେ ଶିନ୍ଦେ ଟିପ୍ପଣୀ ଦେଇଛନ୍ତି। ମହାରାଷ୍ଟ୍ରରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଔରଙ୍ଗଜେବ କଦାପି ନାୟକ ହୋଇପାରିବେ ନାହିଁ। ଆମ ସମସ୍ତଙ୍କ ପାଇଁ ସେ ସବୁବେଳେ ଖଳ ନାୟକ ।

ଗତ ଏକ ବର୍ଷ ଧରି ଆମକୁ ‘ଠକ’ ଏବଂ ‘ବିଶ୍ୱାସଘାତକ’ କୁହାଯାଉଛି। ବର୍ତ୍ତମାନ ଏହାର ସମାଧାନ କରିବାର ସମୟ ଆସିଛି, ଯେଉଁମାନେ ଆମକୁ ‘ବିଶ୍ୱାସଘାତକ’ ଏବଂ ‘ଠକ’ ବୋଲି ଅଭିହିତ କରୁଛନ୍ତି, ସେହି ଲୋକମାନେ ଆମକୁ ୫୦ କୋଟି ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରୁଛନ୍ତି। ଏହାକୁ ଫେରସ୍ତ କରାଯିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୁଁ ତୁମର ସମ୍ପତ୍ତି ଦାବି କରେ ନାହିଁ। ମୋର ସମ୍ପତ୍ତି ହେଉଛି ବାଲାସାହେବ ଠାକରେଙ୍କ ଆଦର୍ଶ। ମହାରାଷ୍ଟ୍ରର ସବୁଠାରୁ ବଡ ବିଶ୍ୱାସଘାତକ କିଏ ତାହା ଜାଣିବାର ସମୟ ଆସିଛି। କୋଭିଡ କାରଣରୁ ହୋଇଥିବା ଅନିୟମିତତାକୁ ଅଣଦେଖା କରାଯିବ ନାହିଁ ଏବଂ ଅପରାଧୀଙ୍କୁ ଦଣ୍ଡ ଦିଆଯିବ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁସନ୍ଧାନ କରୁଛି। କେତେ ପୁରୁଣା ଅମ୍ଳଜାନ ପ୍ଳାଣ୍ଟ ବ୍ୟବହାର କରାଯାଇଥିଲା ଯେଉଁଥିପାଇଁ ରୋଗୀମାନେ ଫଙ୍ଗଲ ସଂକ୍ରମଣ ଯୋଗୁ ଆଖି ହରାଇଥିଲେ ଏବଂ ୩୦୦ ଟଙ୍କାର ବଡ଼ି ବ୍ୟାଗକୁ ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ତାହାର ପର୍ଦ୍ଦାଫାଶ ହେବ।

 

Share