Posted inଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ଗଡକରୀଙ୍କୁ ଅଫର ଦେଲେ ଉଦ୍ଧବ

ମୁମ୍ବାଇ,୮।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ନିତିନ ଗଡକରୀଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ତୁଲଜାପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଠାକରେ ନିତିନ ଗଡକରୀଙ୍କୁ ଭାଜପା ଛାଡି ମହାବିକାଶ ଆଘାଡିରେ ଯୋଗଦେବାକୁ ଆହ୍ବାନ କରିଛନ୍ତି।
ସାଧାରଣ ସଭାରେ ଉଦ୍ଧବ ଠାକରେ କହିଛନ୍ତି, ନିତିନ ଗଡକରୀ ଭାଜପା ଛାଡି ଆମ ସହ ଯୋଗଦେବା ଉଚିତ ଏବଂ ମହାବିକାଶ ଆଘାଡି ତାଙ୍କୁ କିପରି ଚୟନ କରୁଛନ୍ତି ତାହା ଦେଖିବା ଉଚିତ। ଉଦ୍ଧବ ମଧ୍ୟ ଭାଜପାକୁ ଟାର୍ଗେଟ କରି କହିଥିଲେ ଯେ କୃପାଶଙ୍କର ସିଂଙ୍କ ପରି ଲୋକଙ୍କ ନାମ ଭାଜପାର ପ୍ରଥମ ତାଲିକାରେ ଅଛି। ମହାରାଷ୍ଟ୍ରରେ ଭାଜପା ପ୍ରତିଷ୍ଠା କରିଥିବା ଏବଂ ସବୁବେଳେ ମିଳିତ ମେଣ୍ଟ ପାଇଁ କାମ କରୁଥିବା ଗଡ଼କରୀଙ୍କ ନାମର ଉଲ୍ଲେଖ ମଧ୍ୟ ନାହିଁ।

ଶିବସେନା କଥା ଉଲ୍ଲେଖ କରି ଶିବସେନା ୟୁବିଟି ମୁଖ୍ୟ ମଧ୍ୟ କେନ୍ଦ୍ରର ଭାଜପା ସରକାର ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ମହାରାଷ୍ଟ୍ର କେବେ ଦିଲ୍ଲୀ ଆଗରେ ମୁଣ୍ଡ ନୁଆଁଇ ନାହିଁ। ଯେତେବେଳେ ଶିବାଜୀ ଆଗ୍ରାରେ ଔରଙ୍ଗଜେବଙ୍କ ଆଗରେ ମୁଣ୍ଡ ନୁଆଁଇଲେ ନାହିଁ, ତେବେ ଆମେ ଆପଣଙ୍କ ଆଗରେ କିପରି ମୁଣ୍ଡ ନୁଆଁଇବୁ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଆଗାମୀ ଲୋକ ସଭାକୁ ଦୃଷ୍ଟିରେ ରଖି ଆସନ ବାଣ୍ଟିବା ନେଇ ବିରୋଧୀ ଦଳ ଏମଭିଏ – କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି (ଶରଦ ପାୱାର) ଙ୍କ ମଧ୍ୟରେ ବହୁ ଦିନ ଧରି ତୀବ୍ର ଆଲୋଚନା ଚାଲିଛି। ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସହମତି ହୋଇପାରି ନାହିଁ। ଆସନ ବାଣ୍ଟିବା ସୂତ୍ର ଚୂଡାନ୍ତ କରିବା ଲକ୍ଷ୍ୟରେ ଏମଭିଏ ନିର୍ବାଚନମଣ୍ଡଳୀ ବୁଧବାର ମୁମ୍ବାଇରେ ପ୍ରକାଶ ଆମ୍ବେଦକରଙ୍କ ନେତୃତ୍ୱାଧୀନ ବଞ୍ଚିତ ବହୁଜନ ଅଘାଡି (ଭିବିଏ) ଙ୍କ ସହ ଆଲୋଚନା କରିଥିଲେ।
ମହାରାଷ୍ଟ୍ରରେ ୪୮ଟି ଲୋକ ସଭା ଆସନ ରହିଛି, ଯାହାକି ଉତ୍ତରପ୍ରଦେଶର ୮୦ଟି ସିଟ ପରେ ସର୍ବାଧିକ ଲୋକ ସଭା ସଦସ୍ୟ ଚୟନ କରୁଥିବା ରାଜ୍ୟ। ୨୦୧୯ ଲୋକ ସଭା ନିର୍ବାଚନରେ ଅବିଭକ୍ତ ଶିବସେନା ୧୮ ଟି ଆସନ ଜିତିଥିଲେ ଏବଂ ଏଥର ସମାନ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଦ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri