Categories: ଜାତୀୟ

ଉଦ୍ଧବ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ, କହିଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ,୧୯।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହ୍ବାନଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପୃଥ୍ବୀରାଜ କହିଛନ୍ତି ଯେ, ଉଦ୍ଧବ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ। ଏଭଳି ହେଲେ ମହାରାଷ୍ଟ୍ରର ଜନସାଧାରଣ ବେଶ୍‌ ଖୁସି ହେବେ। ଏହା ସହିତ ସେ ଉଦ୍ଧବଙ୍କ ଶାସନ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ ରେକର୍ଡ କରିବା ଉପରେ ଥିବାବେଳେ ଉଦ୍ଧବଙ୍କ ରାଜ୍ୟର ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି। ମୋଦି ୪ ଦିନ ଟିକାକରଣ ବନ୍ଦ କରି ପଞ୍ଚମ ଦିନ ରେକର୍ଡ ସଂଖ୍ୟକ ଟିକାଦାନ କରିଥିବା ପ୍ରଚାର କରିଛନ୍ତି। ସେହିପରି କରୋନା ମୃତକଙ୍କ ସଂଖ୍ୟାକୁ ନେଇ ଭୁଲ୍‌ ତଥ୍ୟ କେନ୍ଦ୍ର ସରକାରଙ୍କ ପ୍ରଦାନ କରାଯାଇଥିବା ଚୌହ୍ବାନ ଅଭିଯୋଗ କରିଛନ୍ତି।

Share