Categories: ଜାତୀୟ

ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତିତା ଅଭିଯୋଗ ଆଣିଲେ ଉଦ୍ଧବ ଠାକରେ, ନିର୍ବାଚନ କମିଶନଙ୍କୁ ଲେଖିଲେ ପତ୍ର

ମୁମ୍ବାଇ,୧୩ ।୧୦: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି, କି ତାଙ୍କୁ ମିଳିଥିବା ନିର୍ବାଚନ ଚିହ୍ନକୁ ନେଇ ତାଙ୍କ ସହ ପକ୍ଷପାତିତା କରାଯାଇଛି । ରିପୋର୍ଟ ଅନୁଯାୟୀ, ଉଦ୍ଧବ ୧୨ଟି ପଏଣ୍ଟରେ ନିଜୟ ଅଭିଯୋଗ ରଖିଛନ୍ତି । କୁହାଯାଉଛି କି ଏହି ୧୨ ଟି ପଏଣ୍ଟ ମାଧ୍ୟମରେ ସେ ନିର୍ବାଚନ କମିଶନଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ କମିଶନ ଅନ୍ଧେରି ଇଷ୍ଟର ଉପ ନିର୍ବାଚନ ଲଢିପା ପାଇଁ ଉଦ୍ଧବ ଠାକରେ ପକ୍ଷଙ୍କୁ ‘ଜଳୁଥିବା ମଶାଲ’ ଦେଇଥିଲେ । ଏହା ବ୍ୟତୀତ ଦଳ ପକ୍ଷରୁ ‘ଶିବସେନା-ଉଦ୍ଧବ ବାଲାସାହେବ ଠାକରେ’ ନାମ ବଣ୍ଟାଯାଇଥିଲା । ଏପଟେ ଏକନାଥ ସିନ୍ଦେଙ୍କ ରାଜନୈତିକ ଦଳକୁ ଶିବସେନା-ଉଦ୍ଧବ-ବାଲାସାହେବ ଠାକରେଙ୍କ ନାମ ଦିଆଯାଇଥିଲା । ଏପଟେ ଏକନାଥ ସିନ୍ଦେଙ୍କ ରାଜନୈତିକ ଦଳକୁ ନିର୍ବାଚନ ଚିହ୍ନ ’ଖଣ୍ଡା-ଢାଲ’ ମିଳିବା ସହ ଦଳର ନାମ ‘ବାଲାସାହେବାଂଚି ଶିବସେନା’ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share