Categories: ଜାତୀୟ

ମୋଦିଙ୍କୁ ଚ୍ୟାଲେଞ୍ଜ ଦେଲେ ଉଦ୍ଧବ ଠାକ୍‌ରେ: ଯଦି ସାହସ ଅଛି ତେବେ…

ମୁମ୍ବାଇ,୧୬।୮: ଶିବସେନା ଯୁବବିଟି ନେତା ଉଦ୍ଧବ ଠାକ୍‌ରେ ପ୍ରଧନେମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ମହା ବିକାଶ ଅଗାଡି (ଏମ୍‌ଭିଏ) ପକ୍ଷରୁ ଆୟୋଜିତ ଏକ ରାଲିରୁ ସେ କହିଛନ୍ତି, ମୋଦି ଲାଲକିଲ୍ଲାରେ କାଲି କହିଛନ୍ତି, ଏକ ଧର୍ମନିରପେକ୍ଷ ସମ୍ବିଧାନ ଅଛି, ତେବେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୁତ୍ୱ ଛାଡିଦେଇଛନ୍ତି କି? ଯଦି ତୁମର ସାହସ ଅଛି ତେବେ ତୁମେ ୱାକଫ ବୋର୍ଡ ବିଲ ପାସ କରି ଦେଖାଇଲ ନାହିଁ। ଯଦି ଆପଣ ୱାକଫ ବୋର୍ଡ ଜମି ଶିଳ୍ପପତିମାନଙ୍କୁ ଦେବାକୁ ଯାଉଛନ୍ତି, ତେବେ ଏହା ଘଟିବ ନାହିଁ। ଯେପରି ତୁମେ ଅନେକ ସ୍ଥାନରେ ହିନ୍ଦୁ ମନ୍ଦିର ଲୁଟ କରିଛ, ଏମିତି ଆମେ କରିବାକୁ ଦେବୁ ନାହିଁ। ମୋଦିଙ୍କ ଗ୍ୟାରେଣ୍ଟି ଆଉ କାମ କରିବ ନାହିଁ।
ଶୁକ୍ରବାର ମହା ବିକାଶ ଅଗାଡି (ଏମ୍‌ଭିଏ) ଏକ ବିଶାଳ ସମାବେଶର ଆୟୋଜନ କରିଛି। ଏହି ରାଲିରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି (ଶରଧାଚନ୍ଦ୍ର ପାୱାର) ସୁପ୍ରିମୋ ଶରଦ ପାୱାର ଏବଂ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ସମ୍ବୋଧିତ କରିଛନ୍ତି। ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଅନୁଯାୟୀ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଏହି ସମାବେଶରେ ସମ୍ବୋଧିତ କରିବେ।

Share