Categories: ଜାତୀୟ

ଟାର୍ଗେଟ କିଲିଂ: ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ଅଛନ୍ତି ଠାକରେ

ମୁମ୍ବାଇ,୫ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ ହେବା ସହ ବେଳକୁ ବେଳ ଟାର୍ଗେଟ କିଲିଂ ସଂଖ୍ୟା ବଢିବାରେ ଲାଗିଛି । ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । କିଛିଦିନ ମଧ୍ୟରେ ଜଣେ ରାଜସ୍ୱ ବିଭାଗ କର୍ମଚାରୀ, ଶିକ୍ଷକ ଓ ବ୍ୟାଙ୍କ କର୍ମଚାରୀଙ୍କ ହତ୍ୟା ଘଟଣା ଲୋକଙ୍କୁ ଭୟଭୀତ କରି ଦେଇଛି । ଏହାକୁ ନେଇ କିଛି ରାଜନୈତିକ ଦଳ ବି ନିଜ ନିଜର ଟିପ୍ପଣି ଦେଇଛନ୍ତି ।
ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କର କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି କଶ୍ମୀରୀ ପଣ୍ଡିତଙ୍କ ପାଇଁ ଯାହା ସମ୍ଭବ ସେ କରିବେ । ସେ ଆହୁରି ମଧ୍ୟ କହିଛନ୍ତି କଶ୍ମୀରରେ ରହୁଥିବା କଶ୍ମୀରୀ ପଣ୍ଡିତ ଓ ସେଠାକାର ହିନ୍ଦୁଙ୍କ ସହ ମହାରାଷ୍ଟ୍ର ସରକାର ଓ ଜନତା ରହିଛନ୍ତି । ତାଙ୍କର କହିବା କଥା ହେଲା କଶ୍ମୀରୀ ପଣ୍ଡିତ ଓ ସେଠାରେ ରହୁଥିବା ହିନ୍ଦୁଙ୍କୁ ସେ ସବୁ ଦୃଷ୍ଟିରୁ ସାହାଯ୍ୟ କରିବେ । ତେବେ କଶ୍ମୀର ପରିସ୍ଥିତି ଏବେ ଚିନ୍ତାଜନକ ରହିଛି, ଯାହା ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିକୁ ଦୋହରାଉଛି । ଏହାସହ କେନ୍ଦ୍ର ସରକାର କଶ୍ୱୀରୀ ପଣ୍ଡିତ ଓ ସେଠାରେ ରହୁଥିବା ହିନ୍ଦୁଙ୍କ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଉଦ୍ଧ ବ ଅପିଲ କରିଛନ୍ତି ।

Share