Categories: ଜାତୀୟ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଠାକରେ

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ୫ ମାସ ପୂରଣ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ନେଇ ଚାଲିଛି ବୟାନ ବାଜି । ବଲିଉଡ୍ ଦୁନିଆରୁ ଟେଲିଭିଜନ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏମିତିକି ବଡ ବଡ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପତିକ୍ରିୟା ରଖିଛନ୍ତି । ଆରମ୍ଭରୁ ଏହି ମାମଲାର ଯାଞ୍ଚ ସମୟରେ ମୁମ୍ବାଇ ପୋଲିସ ମଧ୍ୟ ପ୍ରଶ୍ନବାଣର ଶିକାର ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିନ୍ତୁ ଏହାକୁ ନେଇ କୌଣସି ମତ ରଖି ନ ଥିଲେ । ତେବେ ଏତେ ଦିନର ନିରବତା ପରେ ଏବେ ପ୍ରଥମଥର ମୁହଁ ଖୋଲିଛନ୍ତି ଉଦ୍ଧବ । ଶିବସେନାର ମୁଖପତ୍ର ସାମନାରେ ଉଦ୍ଧବଙ୍କ ସାକ୍ଷାତ୍‌କାର ପ୍ରକାଶ ପାଇଛି । ଯେଉଁଥିରେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁଁ ସହାନୁଭୁତି ପ୍ରକାଶ କରୁଛି । ହେଲେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଆପଣମାନେ ଏହାକୁ ନେଇ ରାଜନୀତି କରୁଛନ୍ତି । ଏହା ରାଜନୀତିର ସବୁଠାରୁ ଖରାପ ସ୍ତର ବୋଲି ଉଦ୍ଧବ କହିଛନ୍ତି । ଆପଣମାନେ ଯଦି ନିଜକୁ ପୁରୁଷ ବୋଲି କହୁଛନ୍ତି ତେବେ ଏତେ ତଳକୁ ଚାଲିଯାଇ ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ କାହିଁ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଉଦ୍ଧବ କହିଛନ୍ତି ।

Share