Categories: ଜାତୀୟ

ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଶିନ୍ଦେ ଗ୍ରୁପରେ ସାମିଲ ହେବେ ମନିଷା କାୟଂଦେ

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେଙ୍କୁ ବଡ ଝଟକା ଲାଗିଛି। ଏହି ଝଟ୍‌କା ଏକନାଥ ଶିନ୍ଦେ ଗ୍ରୁପ ହିଁ ଦେଇଛନ୍ତି। ମହାରାଷ୍ଟ୍ର ବିଧାନପରିଷଦର ସଦସ୍ୟ(ଏମଏଲସି)ମନିଷା କାୟଂଦେ ଉଦ୍ଧବ ଠାକରେଙ୍କ ହାତ ଛାଡି ଦେଇଛନ୍ତି। ସେ ରବିବାର ସନ୍ଧ୍ୟାରେ ଶିବସେନା(ଶିନ୍ଦେ ଗ୍ରୁପ)ରେ ସାମିଲ ହେବେ।

ଶିବସେନା ନେତା ସଞ୍ଜୟ ସିରସାଟ କହିଛନ୍ତି, ଶିବସେନା(ଉଦ୍ଧବ ବାଲା ସାହେବ ଠାକରେ)ଙ୍କ ଏମଏଲସି ମନିଷା କାୟଂଦେ ଶନିବାର ସନ୍ଧ୍ୟାରେ ଶିବସେନାରେ ସାମିଲ ହେବେ। ରବିବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସରକାରୀ ନିବାସ ସ୍ଥାନ ବର୍ଷା ବଙ୍ଗଳାରେ ଶିବସେନାର ସଦସ୍ୟତା ଗ୍ରହଣ କରିବେ।

Share