Categories: ଜାତୀୟ

‘ରାଜନୀତିରେ ମତଭେଦ ଲାଗି ରହିଥାଏ’, ନୀତୀଶଙ୍କୁ ଭେଟିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗୁରୁବାର ମୁମ୍ବାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତକାର ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବାକୁ ଅଣ ରାଷ୍ଟ୍ରୀୟ ଜନତାନ୍ତ୍ରୀକ ମେଣ୍ଟର ସମସ୍ତ ଦଳଙ୍କୁ ଏକାଠି କରିବାକୁ ବିରୋଧୀ ଏକତାକୁ ମଜଭୁତ କରିବାକୁ ପ୍ରୟାସ କରାଯାଇଥିବା କୁହାଯାଉଛି।
ଏହି ସାକ୍ଷାତକାର ପରେ ଉଭୟ ନେତା ମିଡିଆ ସହ କଥା ହୋଇଛନ୍ତି। ଉଦ୍ଦବ ଠାକରେ କହିଛନ୍ତି, ଏହି ଦେଶରେ ପ୍ରଜାତନ୍ତ୍ରର ରକ୍ଷା କରିବା ଆମର କାମ। ସୁପ୍ରିମକୋର୍ଟ କହିଛନ୍ତି, ଯଦି ମୁଁ ଇସ୍ତଫା ଦେଇ ନ ଥାଆନ୍ତି ହୁଏତ ମୁଁ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତି। ଏହା ମୋ ପାଇଁ ଲଢେଇ ନୁହେଁ, ମୋର ଲଢେଇ ଜନତାଙ୍କ ପାଇଁ, ଦେଶ ପାଇଁ। ରାଜନୀତିରେ ମତଭେଦ ହୋଇଥାଏ, ହେଲେ ଆମର ଗୋଟିଏ ମତ ହେଉଛି କି ଏହି ଦେଶକୁ ବଞ୍ଚାଇବା। ଏହି ସାକ୍ଷାତକାର ଏମିତି ସମୟରେ ହୋଇଛି ଯେତେବେଳେ ମହାରାଷ୍ଟ୍ରର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି।

Share