ମହାରାଷ୍ଟ୍ରରେ ଲାଗୁ ହେବନି ନାଇଟ୍ କର୍ଫ୍ୟୁ କି ଲକ୍‌ଡାଉନ

ମୁ୍‌ମ୍ବାଇ,୨୦ ।୧୨: ସାରା ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏଥିରେ ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜିବି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଲୋକେ ଏକ ପ୍ରକାର ଭୟଭୀତ ହୋଇ ଯାଇଛନ୍ତି । ତେବେ ଶୀତଋତୁ ଚାଲୁଥିବାରୁ ଓ ମହାମାରୀ ବୃଦ୍ଧି ପାଇବା ଆଶଙ୍କା କରି ପୁଣିଥରେ ମହାରାଷ୍ଟ୍ରରେ ଲକ୍‌ଡାଉନ ବା ନାଇଟ୍ କର୍ଫ୍ୟୁ ଜାରି ହୋଇପାରେ ବୋଇ ଅନୁମାନ କରାଯାଉଥିଲା । ହେଲେ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଆସନ୍ତା ୬ ମାସ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ । ତେବେ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ବା ଲକ୍‌ଡାଉନ ସପକ୍ଷରେ ସେ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ମହାରାଷ୍ଟ୍ରରେ କରୋନା ମହାମାରୀ ପାଇଁ ନାଇଟ୍ କର୍ଫ୍ୟୁ ବା ଲକଡାଉନ ଲାଗୁ କରାଯିବ ନାହିଁ । ସେ କହିଛନ୍ତି ରାଜ୍ୟରେ ଯଦିଓ ସମ୍ପୂର୍ଣ୍ଣ ରୂପେ ନୁହେଁ ତଥାପି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ରାଜ୍ୟର ଜନତାଙ୍କୁ ସୋସିଆଲ ମିଡିଆ ଜରିଆରେ ସମ୍ବାଧନ କରି ଠାକରେ କହିଛନ୍ତି ବିଶେଷଜ୍ଞ ପୁଣିଥରେ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଓ ଲକ୍‌ଡାଉନ ସପକ୍ଷରେ ଥିଲେ ବି ସେ ଏଥିରେ ଏକମତ ନୁହେଁ । ସୂଚନାଯୋଗ୍ୟ, ଶନିବାର ମହାରାଷ୍ଟ୍ରରେ ୩୪,୯୪୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

Share