Categories: ଜାତୀୟ

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୦।୧- ମହାରାଷ୍ଟ୍ରର ଭନ୍ଦରାସ୍ଥିତ ଜିଲା ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଉ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟର ପୂରା ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ହସ୍ପିଟାଲଗୁଡ଼ିକ କୋଭିଡ୍‌-୧୯ ପାଣ୍ଡେମିକ୍‌ ସହ ଲଢ଼ୁଛନ୍ତି। କିନ୍ତୁ ସରକାର ହସ୍ପିଟାଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସହ କୌଣସି ସାଲିଶ କିରବେ ନାହିଁ। ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ରାଜ୍ୟରେ ନ ହେବ ସେଥି ପ୍ରତି କଡ଼ା ପଦକ୍ଷେପ ନିଆଯିବ। ପ୍ରତ୍ୟେକ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଛନ୍ତି। ଉଲ୍ଲେଖଥାଉ କି, ଅଗ୍ନିକାଣ୍ଡ ପରେ ହସ୍ପିଟାଲର ଷ୍ଟାଫ ଓ ପ୍ରଶାସନଙ୍କୁ ଦୋଷ ଦେଇଥିଲେ ମୃତୁ ଶିଶୁଙ୍କ ବାପାମା’। ସୁରକ୍ଷା ବ୍ୟବସ୍ଥା ଢ଼ିଲା ପାଇଁ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସେମାନେ ଦାବି କରିଛନ୍ତି।

Share