Categories: ଜାତୀୟ

ଅଜିତ ପାଓ୍ବାରଙ୍କୁ ପ୍ରଶଂସା କଲେ ଉଦ୍ଧବ ଠାକ୍‌ରେ: କହିଲେ, ସେ ଜଣେ ସଚ୍ଚୋଟ ନେତା

ମୁମ୍ବାଇ,୨୭।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କରିଥିଲେ। ସେ ଅଜିତଙ୍କୁ ଜଣେ ସଚ୍ଚୋଟ ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି।
ଶିବସେନା (ୟୁବିଟି) ଦଳର ମୁଖପାତ୍ର ସାମ୍‌ନାରେ ପ୍ରକାଶିତ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି, ଅଜିତ ପାୱାର ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତି। ଏମ୍‌ଭିଏ ସରକାରର ଅଂଶ ଥିବାବେଳେ ସେ ତାଙ୍କ ବିଭାଗଗୁଡ଼ିକୁ ଭଲ ଭାବରେ ପରିଚାଳନା କରିଥିଲେ ଏବଂ ମୁଁ ଭାବୁଛି ବର୍ତ୍ତମାନର ସରକାରରେ ଏହି ବ୍ୟକ୍ତିଙ୍କଠାରୁ କିଛି ଭଲ ଆସିପାରେ।
ବର୍ଷେ ହେବ ମହାରାଷ୍ଟ୍ରର ରାଜନୀତିରେ ଅନେକ ପରିବର୍ତ୍ତନ ହୋଇଛି । ଗତ ବର୍ଷ ଜୁନ ମାସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନାରେ ବିଦ୍ରୋହ ପରେ ଏମ୍‌ଭିଏ ସରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଦଳର ଅଧିକାଂଶ ସଦସ୍ୟ ଏକନାଥ ଶିନ୍ଦେ ଦଳର ନେତୃତ୍ୱ ଗ୍ରହଣ କରିଥିଲେ। ଏକନାଥ ଶିନ୍ଦେ ଦଳ ଶିବସେନା ଦାବି କରି ରାଜ୍ୟର ସର୍ବବୃହତ ଦଳ ଭାଜପା ସହ ମିଳିତ ହୋଇ ନିଜର ସରକାର ଗଠନ କରିଥିଲେ।
ଏହି ଘଟଣାର ଗୋଟିଏ ବର୍ଷ ପରେ ଏନସିପି ନେତା ଅଜିତ ପାୱାର ମଧ୍ୟ ତାଙ୍କ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏହି ବିଦ୍ରୋହ ପରେ ସେ ଏନସିପି ଉପରେ ନିଜର ଦାବି ମଧ୍ୟ ରଖିଥିଲେ ଏବଂ ରାଜ୍ୟରେ ଶିନ୍ଦେ-ଫଡନାଭିସ ସରକାରଙ୍କ ସହ ହାତ ମିଳାଇ ନିଜେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

Share