Categories: ଜାତୀୟ

‘ଜୋତା ପୋଛିବାର ଶକ୍ତି ଥିବା ଲୋକ ସରକାରରେ ବସିଛନ୍ତି’, ଶିନ୍ଦେଙ୍କୁ ଟାର୍ଗେଟ କରି କହିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୮।୪: ମହାରାଷ୍ଟ୍ର ରାଜନୀତିରେ ବେଶ କିଛି ଦିନ ହେବ ଟଣାଭିଡା ଲାଗି ରହିଛି। ଏବେ ଏହାରି ଭିତରେ ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କର ଏକ ବୟାନ ଅଡୁଆ ସୃଷ୍ଟି କରିଛି। ଠାକରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ଏଥର ଉଦ୍ଧବ ଏକ ଆପତ୍ତିଜନକ ଟିପ୍ପଣି ଦେଇଛନ୍ତି। ସେ କହିଛନ୍ତି ଜୋତା ପୋଛିବାର ଔକାତ ଥିବା ଲୋକ ସରକାରରେ ବସିଛନ୍ତି। ଉଦ୍ଧବ ଏମିତି ଟାର୍ଗେଟ ସିଧାସଳଖ ଭାବେ ଶିନ୍ଦେଙ୍କୁ କରିଛନ୍ତି। ଏହି ବୟାନକୁ ନେଇ ଶିନ୍ଦେ ବି ଏହାର କଡା ଜବାବ ଦେଇଛନ୍ତି।

ଶିନ୍ଦେ ଠାକରେଙ୍କର ଏହି ବୟାନର କଡା ଜବାବ ଦେଇ କହିଛନ୍ତି, ଜୋତା ପୋଛିବାର ଲୋକେ ଗରିବ ହୋଇଥାଏ ସତ ହେଲେ ସେମାନେ ଆପଣଙ୍କଠାରୁ ଅଧିକ ବିଶ୍ୱାସି। କାରଣ ସେ ତାଙ୍କ ପରିଶ୍ରମର ରୁଟି ଖାଇଥାଆନ୍ତି। ସେମାନେ ବିଶ୍ୱାସଘାତି ହୋଇ ନ ଥାଆନ୍ତି। ରିକ୍ସାଚାଳକ, ଟପରିବାଲା, ଚୌକିଦାର ବି ସମାଜର ନେତୃତ୍ୱ ନେଇପାରିବେ। ଯିଏ ନିଜ ପିତାଙ୍କ ଉପଲବ୍ଧିକୁ ଆଲୋଚନା କରିବାର ସାହାସ ରଖନ୍ତି ନାହିଁ ସେମାନଙ୍କ ଯୋଗ୍ୟତାକୁ ନେଇ କିଛି ନ କହିବା ହିଁ ଭଲ।

Share