Categories: ଜାତୀୟ

ସିନ୍ଧେଙ୍କୁ ଶିବସେନାରୁ ବହିଷ୍କାର କଲେ ଉଦ୍ଧବ

ମୁମ୍ବାଇ,୨ ।୭: ପ୍ରାୟ ୨ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶିବସେନାରେ ବିଦ୍ରୋହ ଆରମ୍ଭ କରି ଦେଇଥିଲେ । ଏହାପରେ ମହାବିକାଶ ଅଘାଡି ସରକାରର ପତନ ହେଲା ଏବଂ ସିନ୍ଧେଙ୍କ ସହ ହାତ ମିଶାଇ ଭାରତୀୟ ଜନତା ପାର୍ଟି(ଭାଜପା) ମହାରାଷ୍ଟ୍ରରେ ସରକାର ଗଠନ କରିନେଲା । ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥଙ୍କ ସିନ୍ଧେଙ୍କ ଉପରେ ଆକ୍ସନ ନେଇ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଏପଟେ ଶିବସେନାର କେତେଜଣ ନେତା ଶୁକ୍ରବାର ଦଳ ମୁଖ୍ୟ ଉଦ୍ଧବ ଠାକରେଙ୍କୁ କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସହ ଥିବା ମତଭେଦକୁ ଦୂର କରାଯାଉ ।
ଭାରତୀୟ ଜନତା ପାର୍ଟି(ଭାଜପା) ନେତାମାନେ ଦାବି କରିଛନ୍ତି ଯେ ବିଦ୍ରୋହୀ ଶିବସେନାର ଅତିକମରେ ୧୨ ଲୋକ ସଭା ସଦସ୍ୟ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି । ଜଣେ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ଶିବସେନାରେ ବିଭାଜନ ଲୋକ ସଭା ଉପରେ ପ୍ରଭାବ ପକାଇବ ଏବଂ ଦଳର ମୋଟ ୧୯ ଜଣଙ୍କ ମଧ୍ୟରୁ ଅତିକମରେ ୧୨ ଜଣ ପକ୍ଷ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି ।

Share