ମୁମ୍ବାଇ,୨୬।୭: ରାଜସ୍ଥାନ ରାଜନୀତିରେ ଯେଉଁ ସଙ୍କଟ ଦେଖାଦେଇଛି ପୂର୍ବରୁ ଏହା ମହାରାଷ୍ଟ୍ରରେ ମଧ୍ୟ ଦେଖାଦେଇଥିଲା। ଏବେ ରାଜସ୍ଥାନର ସ୍ଥିତିକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯଦି କେହି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି ତେବେ ଭାଙ୍ଗି ଦିଅନ୍ତୁ ହେଲେ ଷ୍ଟିଅରିଂ ମୋ ହାତରେ ଅଛି। ଏଠାରେ ସରକାର ତ୍ରିମୁଖୀ ଥିବା ବେଳେ ଅପେକ୍ଷା କାହାକୁ ବରଂ ସରକାର ଭାଙ୍ଗିବାର ଅଛି ଯଦି ଭାଙ୍ଗି ଦିଆଯାଉ ତା’ପରର କଥା ମୁଁ ଦେଖିବି। ହେଲେ ଏହି ତ୍ରିମୁଖୀ ସରକାର ହେଉଛି ଗରିବଙ୍କ ସରକାର। ମୁଁ ସବୁବେଳେ ଗରିବଙ୍କ ସହ ରହିଛି ଆଉ ରହିବି ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ରରେ ଅପରେଶନ ଲୋଟସ ସଫଳ ହେବକି ନା ପ୍ରଶ୍ନରେ ଠାକରେ ଏଭଳି ଉତ୍ତର ଦେଇଛନ୍ତି।