Categories: ଜାତୀୟ

କ’ଣ ଏକଜୁଟ ହୋଇପାରିବେ ବିରୋଧୀ? ପାଟନାରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବେ ଉଦ୍ଧବ

ମୁମ୍ବାଇ,୧।୬: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଜୁନ୍‌ ୧୨ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ପାଟନାରେ ଡକାଯାଇଥିବା ବିରୋଧୀ ଦଳର ବୈଠକରେ ଯୋଗ ଦେବେ। ଏନେଇ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୂଚନା ଦେଇଛନ୍ତି।

ନୀତୀଶ କୁମାର ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବାକୁ ଦେଶର ବିରୋଧୀଦଳ ନେତାଙ୍କୁ ଭେଟୁଛନ୍ତି। ବିହାର ମନ୍ତ୍ରୀ ତଥା ଜେଡିୟୁର ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ସୋମବାର କହିଛନ୍ତି, ଭାଜପା ବିରୋଧୀ ଦଳର ଅଧିକାଂଶ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ଏହି ମାସର ଆରମ୍ଭରେ ନୀତୀଶ କୁମାର ୨୦୨୪ ଲୋକ ସଭା ନିର୍ବାଜନ ପୂର୍ବରୁ ବିରୋଧୀ ଏକତାକୁ ମଜବୁତ କରିବା ପାଇଁ ମୁମ୍ବାଇର ବାସଭବନରେ ଉଦ୍ଧବ ଠାକ୍‌ରେଙ୍କୁ ଭେଟିଥିଲେ।

Share