Advertisement

ଏନଡିଏକୁ ଫେରିବାକୁ ଚାହୁଁଥିଲେ ଉଦ୍ଧବ, ଶିନ୍ଦେ ଗୋଷ୍ଠୀ ନେତାଙ୍କ ଦାବି…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗତବର୍ଷ ଏନଡିଏକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ପରେ ଏଭଳି କଠୋର ନିଷ୍ପତ୍ତି ନେବାରେ ସେ ପଛେଇ ଯାଇଥିଲେ। ଏକଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ନେତା ଦାବି କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ସଂସଦ ପରିସରରେ ଏକ ଗଣମାଧ୍ୟମ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ସହକର୍ମୀମାନେ ଯୋଗ ଦେଇଥିଲେ। ଶିବସେନା ଏମ୍‌ପି ରାହୁଲ ଶେୱାଲେ ଏହି ସମ୍ମିଳନୀରେ ଦାବି କରିଥିଲେ ଯେ ଗତ ବର୍ଷ ଜୁନ ମାସରେ ଉଦ୍ଧବ ଏନ୍‌ଡିଏରେ ଯୋଗଦେବାକୁ ଚାହୁଁଥିଲେ, କିନ୍ତୁ ପରେ ସେ କୌଣସି କାରଣରୁ ପଛକୁ ହଟି ଯାଇଥିଲେ।

ସୂଚନାଯୋଗ୍ୟ, ସଂସଦରେ ବିଦ୍ରୋହୀ ଶିବସେନା ଶିନ୍ଦେ ଗୋଷ୍ଠୀରେ ଏମ୍‌ପି ଶେୱାଲେଙ୍କୁ ଏକ ପ୍ରମୁଖ ଭୂମିକା ଦିଆଯାଇଛି। ଗତକାଲି ୧୨ ଜଣ ଏମ୍‌ପି ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ପୃଥକ ବିଦ୍ରୋହୀ ଶିବସେନା ଗୋଷ୍ଠୀ ବିଷୟରେ ଜଣାଇଥିଲେ ଏବଂ ସେମାନଙ୍କର ନେତୃତ୍ୱ ଶିବାଲେ ନେବେ ବୋଲି ସୂଚିତ କରିଥିଲେ। ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ବର୍ତ୍ତମାନ ଶିବସେନା ଏମ୍‌ପିମାନେ ମଧ୍ୟ ବିଭାଜିତ ହେବାରେ ଲାଗିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share