Categories: ଜାତୀୟ

ଏନଡିଏରେ ଯୋଗ ଦେବେ ଉଦ୍ଧବ!

ମୁମ୍ବାଇ,୬।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏଭଳି ସମୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସ୍ବର ମଧ୍ୟ ବଦଳୁଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ସେ କେବେହେଲେ ପ୍ରଧାନମନ୍ତ୍ରୀଙ୍କ ଶତ୍ରୁ ନୁହଁନ୍ତି। ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ମହାରାଷ୍ଟ୍ରରେ ଇଣ୍ଡିଆ (I.N.D.I.A) ମିଳିତ ମଞ୍ଚରେ ସବୁକିଛି ଠିକ ଅଛି କି ନାହିଁ ଆଲୋଚନା ହେଉଛି। ମହାରାଷ୍ଟ୍ରର ଇଣ୍ଡି ମିଳିତ ମଞ୍ଚରେ ମଧ୍ୟ ବିଭାଜନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି।

ଫେବୃଆରୀ ୪ରେ ମହାରାଷ୍ଟ୍ରର ସାୱନ୍ତୱାଡି ଠାରେ ଉଦ୍ଧବ ଠାକରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ। ଉଦ୍ଧବ ଠାକରେ କହିଛନ୍ତି, ଆମେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଶତ୍ରୁ ନ ଥିଲୁ ଏବଂ ଆଜି ମଧ୍ୟ ତାଙ୍କର ଶତ୍ରୁ ନାହୁଁ … ଶିବସେନା ସହ ସମ୍ପର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ମୋଦି ହିଁ ଥିଲେ। ଆମେ ତୁମ ସହିତ ଥିଲୁ ଶିବସେନା ତୁମ ସହିତ ଥିଲେ, କିନ୍ତୁ ପରେ ତୁମେ ଆମଠାରୁ ନିଜକୁ ଦୂରେଇ ରଖିଲ।
ତେବେ ଶିବସେନା ୟୁବିଟି ମୁଖ୍ୟ ମଧ୍ୟ ଭାଜପା ଉପରେ ଆକ୍ରମଣ କରି କହିଛନ୍ତି ଯେ ଆମର ହିନ୍ଦୁତ୍ୱ ଏବଂ ଗେରୁଆ ପତାକା ଅକ୍ଷୁର୍ଣ୍ଣ ରହିଛି, କିନ୍ତୁ ଭାଜପା ଆଜି ସେହି ଗେରୁଆ ପତାକା ଛିଣ୍ଡାଇବାକୁ ଚେଷ୍ଟା କରୁଛି।

Share