Categories: ଜାତୀୟ

ୟୁସିସ ନେଇ ଉଦ୍ଧବ ଦଳ ନରମିଲେ, ସଞ୍ଜୟ ରାଉତ କହିଲେ ଡ୍ରାଫ୍ଟ ଆସୁ, କେହି ଆଇନକୁ ବିରୋଧ କରୁନାହାନ୍ତି…

ମୁମ୍ବାଇ,୪।୭ : କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ବିରୋଧ କରୁଥିବାବେଳେ ଶିବସେନା (ୟୁବିଟି) କ୍ରମାଗତ ଭାବରେ ୟୁସିସି ସପକ୍ଷରେ କହୁଛି। ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି ଆଇନର କୌଣସି ବିରୋଧ ନାହିଁ କିନ୍ତୁ ପ୍ରଥମେ ଏହାର ଡ୍ରାଫ୍ଟ ଦେଖିବାକୁ ପଡ଼ିବ। ସେ କହିଛନ୍ତି ଡ୍ରାଫ୍ଟ ଆସୁ, କେହି ଆଇନକୁ ବିରୋଧ କରୁନାହାନ୍ତି।

ଉଦ୍ଧବ ଠାକରେଙ୍କ ସହିତ ସାକ୍ଷାତକାର ସମୟରେ ୟୁସିସିର ଡ୍ରାଫ୍ଟ ଉପରେ ଆଲୋଚନା କରାଯାଇଥିଲା। ପୂର୍ବରୁ ଜୁନ ୨ ରେ ସେ କହିଥିଲେ ଡ୍ରାଫ୍ଟ ଦାଖଲ ପରେ ହିଁ ସେ ଏ ସମ୍ପର୍କରେ ମନ୍ତବ୍ୟ ଦେବେ। ମଙ୍ଗଳବାର ଦିନ ସେ କହିଛନ୍ତି ପ୍ରସ୍ତାବିତ ୟୁସିସିର ଡ୍ରାଫ୍ଟ ଏପର୍ଯ୍ୟନ୍ତ ସର୍ବସାଧାରଣ ଡୋମେନରେ ରଖାଯାଇ ନାହିଁ। ଏହା ଗଣମାଧ୍ୟମ ପାଖରେ ନାହିଁ କି ଆମ ପାଖରେ ବି ନାହିଁ। ଡ୍ରାଫ୍ଟ ସମାପ୍ତ ହେଉ, ଏବଂ ତା’ପରେ ଆମେ ମନ୍ତବ୍ୟ ଦେବୁ।

Share