Categories: ଜାତୀୟ

ମୋଦିଙ୍କୁ ଉଦ୍ଧବଙ୍କ ପ୍ରଶ୍ନ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଭାଜପା ସହିତ ଯେତେବେଳେ କେହି ନ ଥିଲେ ତାଙ୍କ ପିତା ବାଲାସାହେବ ଠାକରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଥିଲେ। ମୋଦି ଭାରତୀୟ ମୁଜାହିଦ୍ଦିନ କହି ଇଣ୍ଡିଆ ମେଣ୍ଟକୁ ପରିହାସ କରିଛନ୍ତି।

ମାତ୍ର ଏହି ମିଳିତ ମେଣ୍ଟରେ ଥିବା ଦଳ ଗଣତନ୍ତ୍ର ଏବଂ ସ୍ବାଧୀନତା ପାଇଁ କାର୍ଯ୍ୟ କରୁଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ବିଦେଶରେ ବିଦେଶୀ ନେତାଙ୍କୁ ଭେଟନ୍ତି ଆମେ ଗର୍ବ ଅନୁଭବ କରୁଛୁ। ଆପଣ ସେମାନଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଅବା ଭାରତୀୟ ମୁଜାହିଦ୍ଦିନର ପ୍ରଧାନ ସଦସ୍ୟ ଭାବରେ ଭେଟୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଇଣ୍ଡିଆ ମେଣ୍ଟ ନେଇ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦା ଜନକ। ଭାଜପା କ୍ଷମତା ଗର୍ବରେ ଅନ୍ଧ ହୋଇ ହିତାହିତ ଜ୍ଞାନ ଭୁଲି ଯାଇଛି। ଦେଶରେ ବିଭାଜନର ମଞ୍ଜି ବୁଣିବା ଏବେ ଭାଜପାର ମୁଖ୍ୟ କାର୍ଯ୍ୟ ପାଲଟିଛି। ଦେଶରେ ଗଣତନ୍ତ୍ର ଭାଜପା ସରକାରଙ୍କ ଯୋଗୁ ବିପଦରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।

Share