ଚେନ୍ନାଇ,୬।୧୧: ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଅଟଳ ଅଛନ୍ତି। ସୋମବାର ସେ ଏହାକୁ ଦୋହରାଇ କହିଛନ୍ତି ଯେ, ସେ ଦେଇଥିବା ମନ୍ତବ୍ୟରେ କିଛି ଭୁଲ ନାହିଁ।
ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ମୁଁ ଯାହା କହିଛି ସେଥିରେ କିଛି ଭୁଲ ନାହିଁ। ଆମେ ଆଇନଗତ ଭାବେ ଏହି ମାମଲାର ସାମ୍ନା କରିବୁ। ମୁଁ ମୋର ଆଭିମୁଖ୍ୟ ପରିବର୍ତ୍ତନ କରିବି ନାହିଁ । ମୁଁ କେବଳ ମୋର ଆଦର୍ଶ ବିଷୟରେ କହିଛି। ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ତାଙ୍କ ବୟାନକୁ ଦୋହରାଇଛନ୍ତି।
ସମ୍ପୃକ୍ତ ଆବେଦନ ଉପରେ କୋର୍ଟ କହିଥିଲେ ଯେ, ଉଦୟନିଧି ଷ୍ଟାଲିନ ଏବଂ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ବିଭାଗର ମନ୍ତ୍ରୀ ପି କେ ଶେଖରବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏହା ପୋଲିସର କର୍ତ୍ତବ୍ୟର ଅବହେଳା।