ମୁମ୍ବାଇ: ଗ୍ଲାମର୍ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍ କନ୍ସର୍ଟରେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି।
ଜାନୁଆରୀ ୩୧ ରାତିରେ ଏକ କନସର୍ଟରେ ଗୀତ ଗାଇବା ସମୟରେ ଉଦିତଙ୍କୁ ଜଣେ ମହିଳା ଚୁମ୍ବନ ଦେଇଥିଲେ। ଏହାପରେ ଉଦିତ ମଧ୍ୟ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ। ଏହାର ଭିଡିସ ଭାଇରାଲ ହେଉଛି। ଗାୟକଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ତେବେ ଉଦିତଙ୍କ ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ଏଭଳି ବିବାଦକୁ ନେଇ ଲାଇମ୍ଲାଇଟ୍କୁ ଆସିଛନ୍ତି।
ଶିଳ୍ପା ସେଟ୍ଟୀ:
୨୦୦୭ରେ ଶିଳ୍ପାଙ୍କ ଚୁମ୍ବନ ବିବାଦରେ ରହିଥିଲା। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ହଲିଉଡ୍ ଷ୍ଟାର ରିଚାର୍ଡ ଗେୟର ଚୁମ୍ବନ ଦେଇଥିଲେ। ଶିଳ୍ପା ନିଜେ ଏହାକୁ ନେଇ ଚକିତ ହୋଇଯାଇଥିଲେ। ଏହା ସେତେବେଳେ ଖବର ଶିରୋନାମା ପାଲଟିଥିଲା।
ମିକା ସିଂ-ରାଖୀ ସାଓ୍ବନ୍ତ:
ଏହି ଦୁଇ ସେଲିବ୍ରିଟିଙ୍କ ଚୁମ୍ବନ ୨୦୦୬ରେ ଚର୍ଚ୍ଚାରେ ରହିଥିଲା। ସେ ନିଜର ଜନ୍ମଦିନ ପାର୍ଟିରେ ରାଖୀଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ। ଏହାପରେ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା। କିଛି ବର୍ଷ ଧରି ଏହି ମାମଲା ଚାଲିବା ପରେ ୨୦୨୩ରେ ବମ୍ବେ ହାଇକୋର୍ଟ ଏହାକୁ ଖାରଜ କରିଥିଲେ।
ଈଶା କୋପିକର-ଅମ୍ରିତା ଅରୋରା:
ବ୍ୟକ୍ତିଗତ ଜୀବନରେ ନୁହେଁ, ଅନେକ ଥର ଅନ୍ସ୍କ୍ରିନ ଚୁମ୍ବନକୁ ନେଇ ସେଲିବ୍ରିଟି ବିବାଦକୁ ଆସିଥାନ୍ତି। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ଗର୍ଲଫ୍ରେଣ୍ଡ’ରେ ଅମ୍ରିତା ଏବଂ ଈଶାଙ୍କ ଚୁମ୍ବନ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ବକ୍ସ ଅଫିସରେ ଏହା ଫ୍ଲପ ହୋଇଥିଲା।