Categories: ଜାତୀୟ

ଓ୍ବାଶରୁମ୍‌ ଭିଡିଓ ମାମଲା: କୋର୍ଟରେ ବୟାନ ଦେଲେ ପୀଡିତା

ବେଙ୍ଗାଲୁର,୪।୮: ବିବାଦୀୟ ଉଦୁପି କଲେଜ ୱାଶରୁମ ଭିଡିଓ ମାମଲାର ପୀଡିତା କର୍ନାଟକର ଉଦୁପି ଜିଲା କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହୋଇ ସେ ନିଜର ବୟାନି ରେକର୍ଡ କରିଛି।

ସୂଚନାଯୋଗ୍ୟ, ଜୁଲାଇ ୧୮ରେ ଏହି ଘଟଣା ଘଟିଥିଲା, ଯେତେବେଳେ ତିନିଜଣ ମୁସଲମାନ ଅଭିଯୁକ୍ତ ପୀଡିତା ଗାଧୋଇବା ଘରକୁ ଯିବା ସମୟରେ ତାଙ୍କ ଭିଡିଓ କରିଥିଲେ। ଏନେଇ ପୀଡିତା ଅଭିଯୋଗ କରିଥିଲେ। ଏହି ଘଟଣା ରାଜ୍ୟବ୍ୟାପୀ ବିବାଦ ସୃଷ୍ଟି କରିଥିଲା ଏବଂ ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲା।

Share