Categories: ବାଣିଜ୍ୟ

ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ‘ଉଦ୍ୟୋଗିନୀ’

ଭୁବନେଶ୍ୱର,୬।୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ଦ୍ୱାରା ପରିଚାଳିତ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ପକ୍ଷରୁ ନିକଟରେ ଏକ ନୂତନ ପ୍ରକଳ୍ପ ‘ଉଦ୍ୟୋଗିନୀ’ ଶୁଭାରମ୍ଭ କରାଯାଇଛି। ଏପରିକି ୪,୧୦୦ ମହିଳା ସଦସ୍ୟାଙ୍କୁ ନେଇ ଉକ୍ତ ମହିଳା ସମବାୟ ସମିତି ପରିଚାଳିତ ହେଉଛି। ବିଶେଷକରି ବେଦାନ୍ତ ଗୋଷ୍ଠୀ ବିକାଶ ପଦକ୍ଷେପର ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି। ଉକ୍ତ ସମିତି ମହିଳା ସଶକ୍ତୀକରଣ ଦିଗରେ ଅନେକ କିଛି କାର୍ଯ୍ୟ କରୁଛି, ବହୁ ମହିଳା ମାଇକ୍ରୋ ଫାଇନାନ୍ସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା ଓ ସ୍ଥାୟୀ ଜୀବିକା ପନ୍ଥାକୁ ଆପଣାଇ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି। ଅପରପକ୍ଷରେ ଉକ୍ତ ପ୍ରକଳ୍ପ ଅଧୀନରେ ସମବାୟ ସମିତି ସଦସ୍ୟାଙ୍କ ସଂଖ୍ୟାକୁ ୧୦,୦୦୦କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଏହାର ପରିଚାଳନା ବିଭାଗରେ ୧୫ଜଣ ନବ ନିର୍ବାଚିତ କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟାଙ୍କ ପାଇଁ ଏକ ୨ଦିନିଆ କାର୍ଯ୍ୟକ୍ରମ ସହ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏଥିରେ ଉଦ୍ୟୋଗୀ ନୀତି, ଜେନେସିସ୍‌, ଆର୍ଥିକ ପୋର୍ଟଫୋଲିଓ ଇତ୍ୟାଦି ବିଷୟରେ ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌(ଝାରସୁଗୁଡ଼ା)ର ସିଇଓ ଗୁପ୍ତା କହିଛନ୍ତି, ଶୁଭଲକ୍ଷ୍ମୀ ସମବାୟ ସମିତି ଗ୍ରାମୀଣ ମହିଳାମାନଙ୍କ ପ୍ରକୃତ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଏପରିକି ଆମେ ସେମାନଙ୍କ ଆକାଂକ୍ଷାକୁ ଅନୁସରଣ କରିବାକୁ ପ୍ରୟାସ କରିବୁ।

Share