ଆକ୍ରମଣ ପରେ ମହଙ୍ଗା ପଡ଼ିଲା

ମସ୍କୋ,୨୪।୨: ୟୁକ୍ରେନ ଓ ରୁଷିଆର ଆକ୍ରମଣ ଜାରି ରହିଥିବା ବେଳେ ବିଶ୍ୱର ଅନେକ ଦେଶ ଏକଜୁଟ ହୋଇ ରୁଷିଆକୁ ବିରୋଧ କରିବାକୁ ଆଗେଇ ଆସିଛନ୍ତି। ଇତିମଧ୍ୟରେ ରୁଷିଆକୁ ଏକ ବଡ଼ ଝଟ୍‌କା ମିଳିଛି। ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ୟୁଇଏଫ୍‌ଏ ଚାମ୍ପିୟନ ଲିଗ୍‌ର ଫାଇନାଲରୁ ବର୍ତ୍ତମାନ ରୁଷିଆରୁ ହଟାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୟୁଇଏଫ୍‌ଏ ଏକ ଜରୁରୀକାଳୀନ ବୈଠକ ଡକାଇଛି। ଏହି ବୈଠକରେ ଔପଚାରିକ ଭାବେ ସେଣ୍ଟ ପିଟର୍ସବର୍ଗରେ ହେବାକୁ ଥିବା ଚାମ୍ପିୟନ୍‌ ଲିଗ୍‌ ଫାଇନାଲରୁ ରୁଷିଆକୁ ବାହାର କରାଯିବା ନେଇ ଘୋଷଣା କରାଯିବ। ଏନେଇ ୟୁଇଏଫ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଘୋଷଣା କରିବା ପରେ ଫୁଟବଲ ଜଗତରେ ନିରାଶା ଖେଳିଯାଇଥିଲା। ପୂର୍ବରୁ ଅନେକ ଦେଶ, ଫୁଟବଲ ସଂଗଠନ ଏହାକୁ ନେଇ ଆପତ୍ତି ଉଠାଇଥିଲେ ଏବଂ ଚାମ୍ପିୟନ୍‌ ଲିଗ୍‌ର ଫାଇନାଲକୁ ରୁଷିଆରୁ ବାହାରକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ।

Share