Categories: ଖେଳ

ମ୍ୟାଚ୍‌ ରେଫରିଙ୍କୁ ଗାଳି କରିବା ମହଙ୍ଗା ପଡ଼ିଲା

ଜେନେଭା,୨୨ା୬: ୟୁଏଫା ପକ୍ଷରୁ ଫୁଟବଲ ମ୍ୟାନେଜର ଜୋସ ମୋରିନୋଙ୍କୁ ୪ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଇଟାଲୀ କ୍ଲବ ରୋମାର ମ୍ୟାନେଜର ରହିଥିବା ମୋରିନୋ ମ୍ୟାଚ୍‌ ରେଫରି ଆନ୍ଥୋନୀ ଟେଲରଙ୍କୁ ଗାଳି କରିଥିଲେ। ରୋମା ଏହାର ଅନ୍ତିମ ମ୍ୟାଚ୍‌ ସେଭିଲା ବିପକ୍ଷରେ ଖେଳିଥିଲା। ଆସନ୍ତା ବର୍ଷର ଚାମ୍ପିୟନ୍ସ ଲିଗ୍‌କୁ ଯୋଗ୍ୟତା ଅର୍ଜନ ପାଇଁ ଦଳ ନିକଟରେ ଅନ୍ତିମ ସୁଯୋଗ ରହିଥିଲା। ତେବେ ମ୍ୟାଚ୍‌ ୧-୧ରେ ଡ୍ର ରହିବା ପରେ ରୋମା ପେନାଲ୍ଟି ଶୁଟଆଉଟରେ ପରାଜିତ ହୋଇଥିଲା। ଏହାପରେ ଏକ ଗ୍ୟାରେଜ୍‌ରେ ଟେଲରଙ୍କୁ ଭେଟିଥିଲେ ମୋରିନୋ। ଗାଳିଗୁଲଜ କରିବା ସହିତ ତାଙ୍କୁ ଫୁଟବଲର କଳଙ୍କ ବୋଲି କହିଥିଲେ। ଏହି ମାମଲାର ବିଚାର କରି ୟୁଏଫା ପକ୍ଷରୁ ତାଙ୍କୁ ୪ ମ୍ୟାଚ୍‌ ପାଇଁ ବାସନ୍ଦ କରାଯାଇଛି। ଆସନ୍ତା ସେପ୍ଟେମ୍ବର ମାସରୁ ଏହି ବାସନ୍ଦାଦେଶ ଲାଗୁ କରାଯିବ। ଏଥିପାଇଁ ରୋମା କ୍ଲବ ଉପରେ ୫୦ ହଜାର ୟୁରୋର ଫାଇନ୍‌ ଲାଗୁ କରାଯାଇଛି।

Share