Categories: ଜାତୀୟ

ତୈଳ, ସିଏନଜି ଦର ବୃଦ୍ଧି ପ୍ରତିବାଦରେ ଅଟୋ,ଟ୍ୟାକ୍ସି, ମିନି ବସ ଡ୍ରାଇଭରଙ୍କ ଦୁଇ ଦିନିଆ ଧର୍ମଘଟ, ବନ୍ଦ ରହିବ ୧୦୦୦୦ ଆରଟିଭି ବସ

ନୂଆଦିଲ୍ଲୀ,୧୮ ।୪: ରାଜଧାନୀ ଦିଲ୍ଲୀରେ ଅଟୋ, ଟ୍ୟାକ୍ସି ଓ ମିନିବସ ଡ୍ରାଇଭରଙ୍କ ବିଭିନ୍ନ ସଙ୍ଗଠନ ସୋମବାରଠାରୁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ଏହାଦ୍ୱାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ବିଭିନ୍ନ ୟୁନିୟନ ପକ୍ଷରୁ ଭଡା ବୃଦ୍ଧି ଓ ସିଏନଜିର ଦାମ କମ୍ କରିବାକୁ ଦାବି କରିଛନ୍ତି । ଭାରତୀୟ ମଜଦୁର ସଙ୍ଗଠନର ଏକ ୟୁନିଟ ଦିଲ୍ଲୀ ଅଟୋ ଏବଂ ଟ୍ୟାକ୍ସି ଆସୋସିଏଶନ ଏପ୍ରିଲ ୧୮ ଓ ୧୯ରେ ରାଜଧାନୀରେ ଧର୍ମଘଟ ଘୋଷଣା କରିଛନ୍ତି । ଦିଲ୍ଲୀ ସରକାରଙ୍କ ଦ୍ୱାରା ସମୟ ଅନୁଯାୟୀ, ଭଡା ସଂଶୋଧନ ଉପରେ ବିଚାର କରାଯିବାକୁ ସମିତି ଗଠନ ହୋଇଥିବା ଘୋଷଣା କରାଯିବା ପରେ ବି ସଙ୍ଗଠନ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ସହରରେ ୯୦,୦୦୦ରୁ ଅଧିକ ଅଟୋ ଓ ୮୦,୦୦୦ରୁ ଅଧିକ ପଞ୍ଜିକୃତ ଟ୍ୟାକ୍ସି ଚାଲୁଛି । ଅନ୍ୟପଟେ ଏସଟିଏ ଅପରେଟର୍ସ ଏକତା ମଞ୍ଚର ମହାସଚିବ ଶ୍ୟାମପାଲ ଗୋଲା କହିଛନ୍ତି ଭଡା ବୃଦ୍ଧି ଓ ସିଲଏନଜି ଦାମ କମ ଦାବିକୁ ସମର୍ଥନ ଜଣାଇ ପାଖାପାଖି ୧୦,୦୦୦ଆରଟିଭି ବସ୍ ବନ୍ଦ ରହିବ ।

Share