ୟୁଏଫ୍‌ଓ: ଆମେରିକା-ଚାଇନା ମୁହାଁମୁହିଁ

ଓ୍ବାଶିଂଟନ୍‌/ବେଜିଂ ୧୪ା୨:ରହସ୍ୟଜନକ ଉଡ଼ନ୍ତା ବସ୍ତୁକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ଆମେରିକା ୮ ଦିନ ଭିତରେ ୪ଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)କୁ ଆକାଶରୁ ଖସାଇବା ପରେ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ରବିବାର ନ୍ୟାଶନାଲ ଗାର୍ଡ ପାଇଲଟ୍‌ ଯୁଦ୍ଧବିମାନ ସାହାଯ୍ୟରେ କାନାଡା ସୀମାନ୍ତ ମିଶିଗାନ୍‌ସ୍ଥିତ ହ୍ୟୁରୋନ୍‌ ହ୍ରଦ ନିକଟରେ ଏହି ଅଜଣା ଉଡ଼ନ୍ତା ବସ୍ତୁକୁ ତଳକୁ ଖସାଇଛି। ଜାନୁୟାରୀ ଶେଷ ସପ୍ତାହରେ ଆମେରିକା ଆକାଶରେ ଉଡ଼ୁଥିବା ଗୋଇନ୍ଦା ବେଲୁନ୍‌କୁ ନଷ୍ଟ କରାଯିବା ପରେ ଦେଶରେ ପ୍ରତିରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ୟୁଏସ୍‌ ନର୍ଦ୍ଦର୍ନ କମାଣ୍ଡ ଜେନେରାଲ ଗ୍ଲେନ୍‌ ଭାନହର୍କ ସୂଚନା ଦେଇଛନ୍ତି। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଗ୍ଲେନ୍‌ କହିଛନ୍ତି ଯେ, ୟୁଏଫ୍‌ଓ କେଉଁଠାରୁ ଆସୁଛି ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେବେ ଏହାପଛରେ ଏଲିଅନ୍‌ଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଥିବା ଖବରଦାତାମାନେ ପ୍ରଶ୍ନ କରିଥିବାବେଳେ ଗ୍ଲେନ୍‌ ତାହାକୁ ଖଣ୍ଡନ କରିଥିଲେ। ଗତ ସପ୍ତାହରେ ଆମେରିକୀୟ ଫାଇଟର୍‌ ଜେଟ୍‌ କାନାଡା ଓ ଆଲାସ୍କାରୁ ଗୋଟିଏ
ଲେଖାଏ ଉଡ଼ନ୍ତା ବସ୍ତୁକୁ ତଳକୁ ଖସାଇଥିଲା। ଗ୍ଲେନ୍‌ଙ୍କ ମତରେ ୟୁନାଇଟେଡ୍‌ ଷ୍ଟେଟ୍‌ ନର୍ଦ୍ଦର୍ନ କମାଣ୍ଡରେ ଉଡ଼ନ୍ତା ବସ୍ତୁ ପ୍ରଥମ ଥର ଲାଗି ଦୃଷ୍ଟିଗୋଚର ହୋଇଛି। ଏ ନେଇ ଟୁଇଟର ସିଇଓ ଏଲନ୍‌ ମସ୍କ ସୋମବାର ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ବ୍ୟସ୍ତ ହୁଅ ନାହିଁ, ମୋ ଏଲିଅନ୍‌ ବନ୍ଧୁମାନେ ଏହି ଉଡ଼ନ୍ତା ବସ୍ତୁକୁ ଅଟକାଇ ରଖିଛନ୍ତି।’
ଅନ୍ୟପକ୍ଷେ ୨୦୨୨ ଜାନୁୟାରୀ ପରଠୁ ଅଦ୍ୟାବଧି ଚାଇନା ଆକାଶକୁ ଆମେରିକା ୧୦ଟି ବେଲୁନ ପଠାଇଥିବା ନେଇ ବେଜିଂ ଅଭିଯୋଗ ଆଣିଛିି। ବେଆଇନ୍‌ ଭାବେ ଅନ୍ୟ ରାଷ୍ଟ୍ରର ଏୟାରସ୍ପେସ୍‌ରେ ପ୍ରବେଶ କରିବା ଆମେରିକା ପାଇଁ କୌଣସି ନୂଆ କଥା ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ଚାଇନାର ଏଭଳି ଅଭିଯୋଗକୁ ଆମେରିକା ଖଣ୍ଡନ କରିଛି। ଚାଇନାର ଅଭିଯୋଗ ଭିତ୍ତିହୀନ। ୫ ମହାଦେଶ ଓ ଆମେରିକା ସମେତ ୪୦ ଦେଶର ଗୋଇନ୍ଦା ସୂଚନା ହସ୍ତଗତ କରବା ଲାଗି ଚାଇନା ବେଲୁନ୍‌ ପ୍ରୋଗ୍ରାମ ଆରମ୍ଭ କରିଥିବା ନ୍ୟାଶନାଲ ସିକ୍ୟୁରିଟି କାଉଂସିଲ୍‌ର ମୁଖପାତ୍ର ଆଡ୍ରିନ୍‌ ଓ୍ବାଟସନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲେ ବାଂଲାଦେଶ ସରକାର, ବଢିପାରେ ଅଡୁଆ…

ଢାକା,୯।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ସେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ବାତିଲ କରିଛନ୍ତି।...

ଚମକିଲା ବାବର ଆଜମଙ୍କ ଭାଗ୍ୟ, ବ୍ୟାଟ୍‌ରେ ଷ୍ଟିକର୍‌ ଲଗାଇଲେ ମିଳିବ…

ଇସଲାମାବାଦ୍‌,୯।୧: ନିକଟରେ ପାକିସ୍ତାନର କ୍ରୀଡ଼ା ନିର୍ମାଣକାରୀ କମ୍ପାନୀ ‘ସିଏ ସ୍ପୋର୍ଟସ’ ସହିତ ପୂର୍ବତନ ପାକ ଅଧିନାୟକ ବାବର ଆଜମ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ପାକିସ୍ତାନ ଭୟଭୀତ: ଭାରତକୁ ନାଲି ଆଖି ଦେଖାଇଲେ…

ଇସଲାମାବାଦ୍‌,୯।୧: ବୈଦେଶିକ ନୀତି ଏବଂ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପାଇଁ ୨୦୨୫ ବର୍ଷ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ରାଜନୈତିକ ଅସ୍ଥିରତା ଏବଂ ଦୁର୍ବଳ ଅର୍ଥନୀତି ସହିତ...

ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ,...

ଭୟଙ୍କର ଭାବେ କମିବ ଭାରତର ଜନସଂଖ୍ୟା! ଚିନ୍ତା ପ୍ରକଟ କଲେ ମସ୍କ, ଜାଣନ୍ତୁ କ’ଣ ହେବ ପାକିସ୍ତାନର ଅବସ୍ଥା

ଓ୍ବାଶିଂଟନ,୯।୧: ୨୧୦୦ ସୁଦ୍ଧା ଭାରତ ଏବଂ ଚାଇନାରେ ଜନସଂଖ୍ୟା ହ୍ରାସର ଆକଳନ ଉପରେ ଅରବପତି ଏଲୋନ ମସ୍କ ଚିନ୍ତା ପ୍ରକାଶ କରିଛନ୍ତି। ମସ୍କଙ୍କ ଏକ୍ସ ହ୍ୟାଣ୍ଡେଲରୁ...

ପୁଣି ଥରିଲା ଚାଇନା! ଦୁଇ ଦିନ ପୂର୍ବରୁ ୧୨୬ରୁ ଅଧିକ ଲୋକଙ୍କର ହୋଇଥିଲା ମୃତ୍ୟୁ

ବେଜିଂ,୯।୧: ଚାଇନାର ଶିନଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ,...

HMPV କୁ ନେଇ ଆସିଲା ଚମକାଇଲା ଭଳି ତଥ୍ୟ, WHO ଦେଲା ବଡ଼ ବୟାନ!

ନୂଆଦିଲ୍ଲୀ,୯।୧: ସମ୍ପ୍ରତି ହ୍ୟୁମାନ ମେଟାପ୍ନ୍ୟୁମୋଭାଇରସ (HMPV) ସଂକ୍ରମଣର ମାମଲା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ଭୟ କରିବାର କୌଣସି ଆବଶ୍ୟକତା ଅଛି...

ଟେନଶନରେ ବାଂଲାଦେଶ, ମୋଦି-ମୋଇଜୁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: ମାଳଦ୍ୱୀପରେ ମହମ୍ମଦ ମୋଇଜୁଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ, ଭାରତ ସହିତ ଏହାର ସମ୍ପର୍କ ଖରାପ ହୋଇଯାଇଥିଲା। ସମ୍ପ୍ରତି ୟୁନୁସଙ୍କ ସରକାର ଆସିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri