ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ଅଫ୍ଲାଇନ କ୍ଲାସ କରିବେ। କରୋନା କଟକଣା ମଧ୍ୟରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ଭାଇସ୍ ଚ୍ୟାନ୍ସେଲ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । କରୋନା ମହାମାରୀ ଯୋଗୁ ଅନେକ ଦିନ ଧରି କଲେଜ ବନ୍ଦ ରହିଥିଲା । ଏବେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହି ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ।