ୟୁଜି-ପିଜି ପରୀକ୍ଷା, ଜଣେ ପିଲାଙ୍କୁ ଜଣେ ଶିକ୍ଷକଙ୍କ ଦାୟିତ୍ୱ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଶୁକ୍ରବାର ଏକ ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି। ଭର୍ଚୁଆଲ ବୈଠକରେ ଜୁଲାଇ କିମ୍ବା ଅଗଷ୍ଟ ପରେ କିଭଳି ପରୀକ୍ଷା କରାଯିବ ସେନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଅନ୍‌ଲାଇନରେ ପରୀକ୍ଷା ହେବା ନେଇ ପଦକ୍ଷେପ ନିଆଯାଇ ସମସ୍ତ କଲେଜକୁ ସୂଚନା ଦିଆଯାଇଛି।

ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ହୋଇଛି। ଗୋଟିଏ ବିଭାଗରେ ଥିବା ପିଲା ସଂଖ୍ୟା ଅନୁଯାୟୀ ୮ ପିଲାରେ ଜଣେ ଶିକ୍ଷକଙ୍କୁ ‘ମେଣ୍ଟର’ ଦାୟିତ୍ୱ ଦିଆଯାଇଛି। ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ। ଅନ୍‌ଲାଇନ ପରୀକ୍ଷା ପାଇଁ ସୁବିଧା ନ ଥିବା ସ୍ଥାନରେ ଛାତ୍ରୀଛାତ୍ର ନିକଟସ୍ଥ କଲେଜରେ ଆସି ପରୀକ୍ଷା ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Share