ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି, ପିଜି ଅଫ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଗଷ୍ଟ ୧୬ରୁ ୟୁଜି ଓ ପିଜି ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। ଏଥିସହ ହଷ୍ଟେଲ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ ସ୍ଥିତିରେ କିଛିଟା ସୁଧାର ଆସିବାରୁ ରାଜ୍ୟରେ ଅନ୍‌ଲକ୍‌ ହେଉଛି। ତେଣୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ୟୁଜିର ପ୍ରଥମ ବର୍ଷର ଛାତ୍ରୀଛାତ୍ର ଏବଂ ପିଜିର ପ୍ରି ଫାଇନାଲ ବର୍ଷରେ ଥିବା ଛାତ୍ରୀଛାତ୍ରଙ୍କୁ ଅଫ୍‌ଲାଇନରେ ପାଠପଢ଼ା ଯିବ। କିନ୍ତୁ ୟୁଜି ଓ ପିଜି ଶେଷବର୍ଷର ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share