ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁଦଣ୍ଡ

କମ୍ପାଲା,୨୯।୫: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଉଗାଣ୍ଡାର ରାଷ୍ଟ୍ରପତି ୟୋଭେରି ମୁସେଭେନି ଏଲଜିବିଟିକ୍ୟୁ ବିରୋଧୀ ଆଇନ (Anti-LGBTQ Law) କୁ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ ଅମାନ୍ୟ କଲେ ମୁତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ ମାଧ୍ୟମରେ ଏହି ଘୋଷଣା କରାଯାଇଛି।

ଉଗାଣ୍ଡାରେ ସମାନ ଲିଙ୍ଗ ସମ୍ପର୍କ ପୂର୍ବରୁ ବେଆଇନ ଥିଲା, କିନ୍ତୁ ନୂତନ ନିୟମ LGBTQ ସମ୍ପ୍ରଦାୟକୁ ଟାର୍ଗେଟ କରିଛି ।
ସମଲିଙ୍ଗୀ ସମ୍ପର୍କ ସମେତ ଏଚ.ଆଇ.ଭି. ପଜିଟିଭ ହେଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।
ଏହି ନିୟମ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ବର୍ଷ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।
ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଧରାଯାଇ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ପଠାଯାଇପାରେ।
ମାର୍ଚ୍ଚରେ ଉଗାଣ୍ଡାର ସଂସଦରେ ଉପସ୍ଥାପିତ ହୋଇଥିଲା ଆଣ୍ଟି- LGBTQ ଆକ୍ଟ ୨୦୨୩। ଏହାକୁ ବର୍ତ୍ତମାନ ଏକ ଆଇନ କରାଯାଇଛି।
ଏହି ନିୟମ ଅନୁଯାୟୀ, ‘ସମଲିଙ୍ଗୀ ସମ୍ପର୍କ’ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।
‘ଗମ୍ଭୀର ସମଲିଙ୍ଗୀ ସମ୍ପର୍କ’ ଅର୍ଥ ୧୮ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବା କିମ୍ବା ଏଚ.ଆଇ.ଭି ପଜିଟିଭ ସମୟରେ ସମଲିଙ୍ଗୀ ସମ୍ପର୍କ ରଖିବା।
ସମ୍ପ୍ରଦାୟ ସପକ୍ଷରେ କହୁଥିବା କାର୍ଯ୍ୟକର୍ତ୍ତାମାନେ ଏହି କଠୋର ଆଇନକୁ ଆଇନଗତ ଆହ୍ବାନ ବିଷୟରେ କହିଛନ୍ତି।

Share