Categories: ଜାତୀୟ

ଡିଗ୍ରୀ,ଅସ୍ଥାୟୀ ପ୍ରମାଣପତ୍ରରେ ଆଧାର ନମ୍ବର ଉଲ୍ଲେଖ ନ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ୟୁଜିସିର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨।୯ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଡିଗ୍ରୀ ଏବଂ ଅସ୍ଥାୟୀ ପ୍ରମାଣପତ୍ରରେ ଆଧାର ନମ୍ବର ଉଲ୍ଲେଖ ନ କରିବାକୁ ନିର୍ଦ୍ଦେଶ ଦେଇଛି।

ଉଚ୍ଚଶିକ୍ଷା ନିୟାମକଙ୍କ ନିର୍ଦ୍ଦେଶ ଏହି ରିପୋର୍ଟ ମଧ୍ୟରେ ଆସିଛି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଅସ୍ଥାୟୀ ପ୍ରମାଣପତ୍ର ଏବଂ ଡିଗ୍ରୀ ଉପରେ ସମ୍ପୂର୍ଣ୍ଣ ଆଧାର ନମ୍ବର ଛାପିବାକୁ ଚିନ୍ତା କରୁଛନ୍ତି, ଯାହା ଦ୍ୱାରା ନିଯୁକ୍ତି ସମୟରେ ଉକ୍ତ ଡକ୍ୟୁମେଣ୍ଟ ଯାଞ୍ଚରେ ବ୍ୟବହାର କରାଯାଇପାରିବ।

ସେପ୍ଟେମ୍ବର ୧ ତାରିଖ ଦିନ ସମସ୍ତ ବିଶ୍ୱବିଦ୍ୟାଳୟକୁ ଲେଖିଥିବା ଚିଠିରେ ୟୁଜିସି ସଚିବ ମନୋଜ ଯୋଶୀ କହିଛନ୍ତି ଆଧାର ନମ୍ବର ଧାରଣ କରିଥିବା କୌଣସି ଅନୁଷ୍ଠାନ ଏହା ସହ ଜଡିତ କୌଣସି ଡାଟାବେସ କିମ୍ବା ରେକର୍ଡ ସାର୍ବଜନୀନ କରିବ ନାହିଁ, ଯେପର୍ଯ୍ୟନ୍ତ ଆଧାର ନମ୍ବର ସଂଶୋଧିତ କିମ୍ବା ସଠିକ ଚ୍ୟାନେଲ ମାଧ୍ୟମରେ ବ୍ଳାକ ଆଉଟ କରା ନ ଯାଇଛି।

ଯୋଶୀ କହିଛନ୍ତି, ନିୟମ ଅନୁଯାୟୀ, ବର୍ତ୍ତମାନ ଅସ୍ଥାୟୀ ପ୍ରମାଣପତ୍ର ଏବଂ ଡିଗ୍ରୀ ଉପରେ ଆଧାର ନମ୍ବର ଛାପିବା ଅନୁମତି ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ର ନିୟମାବଳୀକୁ କଡାକଡି ପାଳନ କରିବାକୁ ଅନୁରୋଧ କରାଯାଇଛି।

Share