ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ନେଇ ୟୁଜିସି ଅଜ୍ଞ

କେନ୍ଦୁଝର,୧୬।୨(ସ୍ବ.ପ୍ର): କେନ୍ଦୁଝର ଡିଡ କଲେଜ (ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ଛାତ୍ରୀଛାତ୍ରଙ୍କୁ ଅନୁମୋଦନ ପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ମାତ୍ର ବୁଧବାର ୟୁନିଭରସିଟି ଗ୍ରାଣ୍ଟ କମିଶନ ( ୟୁଜିସି ) ପକ୍ଷରୁ ଡିଡି କଲେଜର ସ୍ବୟଂ ଶାସିତ ମାନ୍ୟତାର ସମୟ ସୀମାକୁ ୨୦୨୨-୨୩ରୁ ୨୦୨୭-୨୮ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିବା ଚର୍ଚ୍ଚାର ବିଷୟ ହୋଇଛି। ୟୁଜିସି କମିଶନର ପୂର୍ବ ଅଧୀନରେ ଥିବା ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଏଭଳି ଚିଠିି କରାଯାଇଛି। ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିଥିଲେ ହେଁ ଏ ସଂକ୍ରାନ୍ତରେ ବୋଧହୁଏ ୟୁଜିସିକୁ ଅବଗତ କରାଯାଇ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଷ୍ଟାଡିଂ କମିଟି ନିଷ୍ପତ୍ତି କ୍ରମେ ସ୍ବୟଂ ଶାସିତ ମାନ୍ୟତାକୁ ବୃଦ୍ଧି କରାଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି।

Share