UGC NET 2023: ବଦଳିବ ସବୁ ବିଷୟର ସିଲାବସ, ବୈଠକରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୧।୧୧ : ୟୁଜିସି ନେଟ ପାଇଁ ପ୍ରସ୍ତୁତ ଛାତ୍ରୀଛାତ୍ରମାନଙ୍କ ପାଇଁ ସିଲାବସ ସମ୍ବନ୍ଧୀୟ ଏକ ଖବର ବାହାରିଛି। ୟୁଜିସି ନେଟର ସମସ୍ତ ୮୩ ବିଷୟର ସିଲାବସ ପରିବର୍ତ୍ତନ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏହି ନିଷ୍ପତ୍ତି ନେଇଛି। ୬ ବର୍ଷ ପରେ ସିଲାବସରେ ଏକ ପରିବର୍ତ୍ତନ ହେବାକୁ ଯାଉଛି। ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦୀଶ କୁମାର କହିଛନ୍ତି ବିଷୟଗୁଡ଼ିକର ସିଲାବସ ଅପଡେଟ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ସିଲାବସ ୨୦୧୭ରେ ଅପଡେଟ ହୋଇଥିଲା ।

ଖବର ଅନୁଯାୟୀ, ଆୟୋଗର ବିଶେଷଜ୍ଞମାନେ ସମସ୍ତ ୮୩ ଟି ବିଷୟର ସିଲାବସ ପ୍ରସ୍ତୁତ କରିଛନ୍ତି। ଏହା ମଧ୍ୟ ୟୁଜିସି ପରିଷଦର ଅନୁମୋଦନ ଲାଭ କରିଛି । ନଭେମ୍ବର ୩ ରେ ୟୁଜି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସିଲାବସ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୟୁଜିସି ଚେୟାରମ୍ୟାନ କହିଛନ୍ତି ୟୁଜିସି ନେଟରେ ନୂତନ ସିଲାବସ ଉପସ୍ଥାପନ କରିବା ପୂର୍ବରୁ ପ୍ରାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ ।

Share