UGC-NET ଜୁନ୍ ୨୦୨୪ ପରୀକ୍ଷା ବାତିଲ, ଅନିୟମିତତା ଭୟ ପରେ ଏନଟିଏ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୯।୬: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିଦେଇଛି। ଏନଟିଏ ଦୁଇଟି ସିଫ୍ଟରେ ଓଏମଆର (କଲମ ଏବଂ କାଗଜ) ପ୍ରଣାଳୀରେ ପରୀକ୍ଷା ଆୟୋଜନ କରିଥିଲା।

ଜୁନ୍ ୧୯, ୨୦୨୪ ରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (ଆଇ ୪ ସି) ର ଜାତୀୟ ସାଇବର କ୍ରାଇମ୍ ଅପରାଧ ବିଶ୍ଳେଷଣ ୟୁନିଟ୍ ଠାରୁ କିଛି ଇନ୍ପୁଟ୍ ପାଇଥିଲା। ମଙ୍ଗଳବାର ଆୟୋଜିତ ପରୀକ୍ଷାରେ ଅନିୟମିତତା ହୋଇଥିବା ଏହି ଇନପୁଟ୍ ସୂଚନା ଦେଇଥିବା କୁହାଯାଉଛି।

ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ନିଶ୍ଚିତ କରିବାକୁ, ଶିକ୍ଷା ମନ୍ତ୍ରଣାଳୟ ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ପରୀକ୍ଷା ପୁନର୍ବାର କରାଯିବ, ଯେଉଁଥି ପାଇଁ ପରେ ସୂଚନା ଦିଆଯିବ।ଏଥିସହ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି।

ୟୁଜିସି କହିଛି, ‘ପରୀକ୍ଷା ପୁନର୍ବାର କରାଯିବ, ଯାହା ବିଷୟରେ ସୂଚନା ଦିଆଯିବ। ପରୀକ୍ଷାର ଅଖଣ୍ଡତା ଏବଂ ଛାତ୍ରମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ସୂଚନାଯୋଗ୍ୟ ୟୁଜିସି-ଏନଇଟି ପରୀକ୍ଷା ଜୁନ୍ ୨୦୨୪ ଦେଶର ୩୧୭ ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ କରାଯାଇଥିଲା ଯେଉଁଥିରେ ୧୧,୨୧,୨୨୫ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।

Share