ୟୁଜିସି ନେଟ୍‌ ୨୦୨୩ ପରୀକ୍ଷା  ଲାଗି ବଢ଼ିଲା ଆବେଦନର ଅନ୍ତିମ ତାରିଖ, ଆଶାୟୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ, ୨୭।୧୦: ୟୁଜିସି ନେଟ୍‌ ପରୀକ୍ଷା ନେଇ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ଲାଗି ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଏନ୍‌ଟିଏ ୟୁଜିସି ନେଟ୍‌ ଡିସେମ୍ବର ପରୀକ୍ଷା ଲାଗି ଆବେଦନର ଅନ୍ତିମ ତାରିଖକୁ ବଢ଼ାଇ ଦେଇଛି। ଏଣୁ ଯେଉଁମାନେ ଏଯାବତ ଆବେଦନ କରିନାହାନ୍ତି ସେମାନେ ଆଧିକାରୀକ ଓ୍ବେବ୍‌ସାଇଟ୍‌ ugcnet.nta.nic.in ଯାଇ ତୁରନ୍ତ ତାହା କରିନିଅନ୍ତୁ।
ଏନ୍‌ଟିଏ ପକ୍ଷରୁ ଜାରି ନୋଟିସ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷା ଲାଗି ଆଶାୟୀ ଅକ୍ଟୋବର ୩୧ ୨୦୨୩ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାଛଡ଼ା ନଭେମ୍ବର ୧ରୁ ନଭେମ୍ବର ୩ ଯାଏ ଆପ୍ଲିକେସନରେ ପରିବର୍ତ୍ତନ କରିପାରିବେ। ପୂର୍ବରୁ ଏହି ତାରିଖ ଅକ୍ଟୋବର ୨୮ ଯାଏ ଥିଲା।
ୟୁଜିସି ନେଟ୍‌ ପରୀକ୍ଷାର ଆୟୋଜନ ଡିସେମ୍ବର ୬ରୁ ଡିସେମ୍ବର ୨୨ ଯାଏ ଅନଲାଇନ୍‌ ମୋଡରେ କରାଯିବ। ପରୀକ୍ଷା ସକାଳ ୯ରୁ ୧୨ଟା ଯାଏ ଏବଂ ଅପରାହ୍ନ ୩ରୁ ୫ଟା ଯାଏ ହେବ। ୟୁଜିସି ନେଟ୍‌ ପେପର୍‌-୧ରେ ମୋଟ ୧୦୦ ଅଙ୍କର ୫୦ ପ୍ରଶ୍ନ ପଚରା ଯାଇଥାଏ। ସେହିଭଳି ଦ୍ୱିତୀୟ ପେପରରେ ସମ୍ବନ୍ଧୀତ ବିଷୟରେ ୨୦୦ ଅଙ୍କର ୧୦୦ ଅବ୍‌ଜେକ୍ଟିଭ୍‌ ଟାଇପ୍‌ ପ୍ରଶ୍ନ ପଚରାଯାଇଥାଏ। ଉଭୟ ପେପର ଲାଗି ୩ ଘଣ୍ଟା ସମୟ ମିଳିବ।
କିଭଳି ଆବେଦନ କରିବେ?
-ୟୁଜିସି ନେଟର ଆଧିକାରିକ ଓ୍ବେବ୍‌ସାଇଟ୍‌ ugcnet.nta.nic.inକୁ ଯାଆନ୍ତୁ।
-ପରେ ୟୁଜିସି ନେଟ ଡିସେମ୍ବର ୨୦୨୩ ଆବେଦନ ଫର୍ମ ଲିଙ୍କରେ କ୍ଲିକ୍‌ କରନ୍ତୁ
-ଏହାପରେ ଆବଶ୍ୟକ ଅନୁଯାୟୀ ସମସ୍ତ ଡାଟା ଦିଅନ୍ତୁ।
-ପରେ ଫଟୋ ଏବଂ ହସ୍ତାକ୍ଷର ଅପ୍‌ଲୋଡ କରି ଆବଶ୍ୟକ ଟଙ୍କା ପୈଠ କରନ୍ତୁ।
Share