ଭୁବନେଶ୍ୱର, ୧୦।୧୦(ବ୍ୟୁରୋ)- ୟୁନିଭରସିଟି ଗ୍ରାଣ୍ଟ କମିସନ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ ବା ୟୁଜିସି ଏନ୍ଇଟି ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ସ୍ଥଗିତ କରିଛି। ତେବେ ଆସନ୍ତା ୨୦ତାରିଖରୁ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଏନ୍ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଆସନ୍ତା ୧୭ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହି ସମୟରେ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ୟୁଜିସି ଏନ୍ଇଟି ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଅନେକ ଛାତ୍ରୀଛାତ୍ର ଅନୁରୋଧ କରିଥବଲେ। ଏହାକୁ ଦୃଷ୍ଟିରେ ରଖି ଏନ୍ଟିଏ ୟୁଜିସି ଏନ୍ଇଟି ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ। ପରିବର୍ତ୍ତିତ ପରୀକ୍ଷା ତାରିଖ ugcnet.nta.nic.in ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ତେବେ ଅଧିକ ତଥ୍ୟ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ ପର୍ଯାୟକ୍ରମେ ଏନ୍ଟିର ଓ୍ବେବ୍ସାଇଟ www.nta.ac.in, https.//ugcnet.nta.nic.inକୁ ଦେଖିବା ପାଇଁ ଏନ୍ଟିଏ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି।