୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍‌ ପ୍ରଶ୍ନପତ୍ର

ନୂଆଦିଲ୍ଲୀ,୨୧।୦୬: ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍‌ ପ୍ରଶ୍ନ ପତ୍ର ଲିକ୍‌ ହୋଇଛି । ଯାହାକୁ ନେଇ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସିର ସ଼୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ଶିକ୍ଷା ମନ୍ତ୍ରାଳୟ ପ୍ରଶ୍ନପତ୍ର ଲିକ୍‌ର ଯାଞ୍ଚ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛି । ଏଥି ସହିତ ଏ ସମ୍ନନ୍ଧରେ ସମୀକ୍ଷା କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରିଛି ଏନ୍‌ଟିଏ ।

ମିଳିଥିବା ସୂଚନା ଅନୁସାରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟେଲେଗ୍ରାମରେ ଏହି ପେପର୍‌ ଲିକ୍‌ ହୋଇଥିଲା । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନ ପତ୍ର ବଦଳରେ ଟଙ୍କା ଦାବି କରାଯାଇଥିବା ଜଣାପଡ଼ିଛି । ଜଣେ ଆଶାୟୀ ପିଛା ୫ ହଜାର ଟଙ୍କା ଦାବି ହେଉଥିଲା ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟେଲିଗ୍ରାମରେ ପ୍ରଶ୍ନପତ୍ରର ସ୍କ୍ରିନ୍‌ ସଟ୍‌ ଏବଂ ଲିଙ୍କ୍‌ ପେଷ୍ଟ କରାଯାଇଥିଲା । ପରେ ଯେତେବେଳେ ଶିକ୍ଷା ମନ୍ତ୍ରାଳୟ ପ୍ରଶ୍ନପତ୍ର ସହ ମେଳ କରାଇଥିଲା ସେତେବେଳେ ତାହା ସମାନ ଥିବା ଜଣାପଡ଼ିଥିଲା ।

Share