Categories: ଜାତୀୟ

ଆଜି ପ୍ରକାଶ ପାଇବ ୟୁଜିସି-ନେଟ ପରୀକ୍ଷାଫଳ

ନୂଆଦିଲ୍ଲୀ,୫ ।୧୧: ୟୁଜିସି-ନେଟ ପରୀକ୍ଷାର ଉତ୍ତର ଜାରି କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ୫ ନଭେମ୍ବରରେ ଏହାର ଫଳାଫଳ ଘୋଷଣା କରିବାକୁ ଯାଉଛି । ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଏନଟିଏର ୱେବସାଇଟ ଙ୍କଶମଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ ଅଥବା ଦ୍ଭଗ୍ଧବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ରେ ଦେଖିପାରିବେ । ଏହି ସୂଚନା ୟୁଜିସି ନେଟର ଚେୟାରମ୍ୟାନ ଏମ ଜଗଦିଶ କୁମାର ଦେଇଛନ୍ତି ।
ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଗୁରୁବାର ପରୀକ୍ଷାର୍ଥିଙ୍କ ପାଇଁ ଉତ୍ତର ପୁସ୍ତିକା ଜାରି କରିଥିଲା । ଚଳିତ ବର୍ଷ ପରୀକ୍ଷା ୪ଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ୯ ଓ ୧୨ ଜୁଲାଇରେ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ୨୦ ସେପ୍ଟେମ୍ବରରୁ ଆରମ୍ଭହୋଇ ୨୩ ସେପ୍ଟେମ୍ବରରେ ସରିଥିଲା । ତୃତୀୟ ପର୍ଯ୍ୟାୟ ୨୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ମଧ୍ୟରେ ଆୟୋଜିତ ହୋଥିଲା । ଶେଷ ପର୍ଯ୍ୟାୟର ପରୀକ୍ଷା ୮ ଅକ୍ଟୋବରରରୁ ୧୪ ଅକ୍ଟୋବର ମଧ୍ୟରେ ହୋଇଥିଲା ।

Share