ଉଜ୍ଜ୍ୱଳା ଯୋଜନା ଦିଗହରା

ସମ୍ବଲପୁର,୧୦ା୭(ବ୍ୟୁରୋ): କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାକୁ ଲୋକାଭିମୁଖି ବୋଲି ପ୍ରଚାର କରୁଥିବାବେଳେ ସମ୍ବଲପୁର ଜିଲାରେ ଏହା ଦିଗହରା ହୋଇପଡିଛି। ୨୦୧୯ ଅକ୍ଟୋବର ମାସରୁ ପ୍ରାୟ ୨ବର୍ଷ ହେଲା ଜିଲାର କୌଣସି ନୂତନ ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇ ନାହିଁ। ଅନୁରୂପ ଭାବେ ରିଫିଲିଂ ହାର ମଧ୍ୟ ନୈରାଶ୍ୟଜନକ ରହିଛି। ନୂତନ ସଂଯୋଗ ନେବା ପାଇଁ ଆବେଦନ କରି ହଜାରେ ସଂଖ୍ୟାରେ ଲୋକ ଅପେକ୍ଷା କରିଛନ୍ତି। ହେଲେ କେବେ ମିଳିବ ସେ ନେଇ କାହା ପାଖରେ ସୂଚନା ନାହିଁ।
୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯାଜନା (ପିଏମ୍‌ୟୁୱାଇ) ଆରମ୍ଭ ହୋଇଥିଲା। ୨୦୧୭ରେ ପ୍ରଥମ କରି ଜିଲାରେ ଗ୍ରାହକମାନଙ୍କୁ ଗ୍ୟାସ୍‌ ଯୋଗାଇ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ସହର ଓ ଗ୍ରାମାଞ୍ଚଳରେ ସଭା କରି କେନ୍ଦ୍ର ଓ ରାଜ୍ୟସ୍ତରର ନେତାମାନେ ମହିଳାମାନଙ୍କୁ ଗ୍ୟାସ୍‌ ବଣ୍ଟନ କରିଥିଲେ। ସେ ସମୟରେ ବେଶ ଆଡମ୍ବର ସହକାରେ ପ୍ରଚାର ପ୍ରସାର କରାଯାଇଥିଲା। ରାସ୍ତା କଡରେ ଏବେ ମଧ୍ୟ ବଡବଡ ହୋଡିଂ, ପୋଷ୍ଟର ଲାଗିରହିଛି। ହେଲେ କିଛିଦିନ ପରେ ଅନ୍ୟ ଯୋଜନା ଭଳି ଏହି ଯୋଜନାର ଅସଲ ଚିତ୍ର ପଦାରେ ପଡିଛି। ଜିଲାରେ ୨୦୧୭-୨୦୧୯ ମସିହା ଭିତରେ ବିଭିନ୍ନ କମ୍ପନୀର ପ୍ରାୟ ୩୫ ଡିଲର ଜରିଆରେ ୧ ଲକ୍ଷ ୨ ହଜାର ଗ୍ରାହକଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି। ଅନ୍ୟପଟେ କେତେ ଗ୍ରାହକ ଗ୍ୟାସ୍‌ ନେବା ପରେ ରଫିଲିଂ କରିଛନ୍ତି ସେ ନେଇ ସୂଚନା ଦେବାକୁ କମ୍ପାନୀ ଅଧିକାରୀ ଅନିଚ୍ଛା ପ୍ରକାଶ କରିଥିଲେ। ତେଣୁ ଯୋଜନାରେ ବଡଧରଣର ଘୋଟାଲା ହୋଇଥିବା ଆଲୋଚନା ହେଉଛି। ୨୦୧୮ ସିଏଜି ରିପୋର୍ଟରେ ଏହି ଯୋଜନାରେ ଅନିୟମିତତା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟପଟେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମଥର ଗ୍ୟାସ୍‌ ନେଇ ଆଉ ରିଫିଲିଂ କରିନାହାନ୍ତି। ଜଣେ ଗ୍ରାହକ ବର୍ଷରେ ୧ରୁ ୨ଟି ଗ୍ୟାସ୍‌ ସିଲିଣ୍ଡର ନେଉଥିବା କମ୍ପାନୀ ପକ୍ଷରୁ ଜଣାପଡିଛି। କମ୍ପାନୀ ରିପୋର୍ଟକୁ ଦେଖିଲେ ହାରାହାରି ୨ ପ୍ରତିଶତ ଉପଭୋକ୍ତା ଗ୍ୟାସ୍‌ ରିଫିଲିଂ କରୁଥିବା ସ୍ପଷ୍ଟ ହେଉଛି। ଅର୍ଥାତ୍‌ ୯୮ ପ୍ରତିଶତ ଉପଭୋକ୍ତା ରିଫିଲିଂ କରୁନାହାନ୍ତି। ଏହାର ପ୍ରମୁଖ କାରଣ ଗ୍ୟାସ୍‌ ଦର ବୃଦ୍ଧି ବୋଲି କୁହାଯାଉଛି। ଅନ୍ୟ କେତେକ କାରଣ ମଧ୍ୟରେ ରହିଛି ଆଦିବାସୀ ଅଞ୍ଚଳରେ ନିକଟ ଜଙ୍ଗଲରୁ କାଠ, କୋଇଲା କମ ମୂଲ୍ୟରେ ମିଳିବା, କେତେକ ଗ୍ରାହକ ବ୍ୟବହାର କରି ନ ଜାଣିବା, ସବ୍‌ସିଡି ଟଙ୍କା ନ ମିଳିବା, ଆର୍ଥତ୍କ ଅନଟନ। ଫଳରେ ଅନେକ ଲୋକଙ୍କ ଗ୍ୟାସ୍‌ ସିଲିଣ୍ଡର ଓ ଚୁଲା ଏବେ ଘର ଥାକରେ କିମ୍ବା ଆଲମିରାରେ ପଡିରହିଛି। ଏହାର ସୁଯୋଗ ନେଇ ଡିଲରମାନେ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ସେମାନେ କେତେଜଣ ଉପଭୋକ୍ତାଙ୍କ କାର୍ଡ ନିଜ ପାଖରେ ରଖି ରିଫିଲିଂ କରି କଳାବଜାରରେ ବିକ୍ରି କରୁଛନ୍ତି। କମ୍ପାନୀ ଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କଲେ ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଉଜ୍ଜ୍ୱଳା ଯୋଜନା ଜିଲା ନୋଡାଲ ଅଫିସର ଦେବେଶ ବଳ କହିଛନ୍ତି, ୨୦୧୯ ମସିହାରୁ ଏହି ଯୋଜନାରେ ନୂତନ ଉପଭୋକ୍ତା ସାମିଲ କରାଯାଇ ନାହିଁ। ଖୁବ୍‌ଶୀଘ୍ର ପୁଣି ଉପଭୋକ୍ତାଙ୍କୁ ସାମିଲ କରାଯିବ। କୌଣସି ଡିଲରଙ୍କ ନାମରେ ଅନିୟମିତତା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କାରଣରୁ ଦ୍ୱିତୀୟ ଥର ରିଫିଲିଂ କମ୍‌ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri