ପାକିସ୍ତାନରୁ ୟୁକେ ଯିବା ଉପରେ କଟକଣା

ଲଣ୍ଡନ, ୨।୪ : ପାକିସ୍ତାନର କୌଣସି ନାଗରିକ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଯାଇ ପାରିବେ ନାହିଁ। କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ପାକିସ୍ତାନ ସମେତ କେନିୟା, ବାଂଲାଦେଶ ଓ ଫିଲିପାଇନ୍ସକୁ ରେଡ୍‌ ତାଲିକାରେ ସାମିଲ କରିବାକୁ ଯାଉଛି ୟୁକେ। ଏହି ଦେଶର ନାଗରିକଙ୍କ ୟୁକେ ଆସିବା ଉପରେ କଟକଣା ଲଗାଯାଇଛି।

ଏହି ୪ଟି ଦେଶରୁ ଫେରୁଥିବା ବ୍ରିଟିଶ କିମ୍ବା ଆୟର୍ଲାଣ୍ଡ ନାଗରିକଙ୍କ ଉପରେ ଏହି କଟକଣା ଲଗା ଯିବନାହିଁ। ତେବେ ସେମାନଙ୍କୁ ହୋଟେଲ ରୁମ୍‌ରେ ୧୦ ଦିନର ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଆସନ୍ତା ୯ ତାରିଖ ସକାଳ ୪ଟାରେ ପାକିସ୍ତାନ, କେନିୟା, ଫିଲିପାଇନ୍ସ ଓ ପାକିସ୍ତାନକୁ ରେଡ୍‌ ଲିଷ୍ଟରେ ସାମିଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ତାଲିକାରେ ୩୦ରୁ ଅଧିକ ଦେଶ ରହିଛନ୍ତି। ପ୍ରାୟତଃ ଆଫ୍ରିକା, ମିଡ୍‌ଲ ଇଷ୍ଟ ଓ ଦକ୍ଷିଣ ଆମେରିକା ଦେଶଗୁଡ଼ିକ ଉପରେ ଲଗାଯାଇଛି ଏହି କଟକଣା।

Share