ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନରେ ଯାନ୍ତ୍ରିକ ତ୍ରୁଟି

ଲଣ୍ଡନ,୩୦ା୮: ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନ ‘ଏଚ୍‌ଏମ୍‌ଏସ୍‌ ପ୍ରିନ୍ସ ଅଫ୍‌ ଓ୍ବେଲ୍ସ’ ଆମେରିକା ଯିବା ପାଇଁ ପୋର୍ଟସ୍‌ମାଉଥ୍‌ ନୌସେନା ଘାଟିରୁ ବାହାରିବା ପରେ ଇଂଲଣ୍ଡର ଦକ୍ଷିଣ ଉପକୂଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଛି। ଫଳରେ ଆଇସ୍‌ଲେ ଅଫ୍‌ ଓ୍ବେଟ୍‌ର ଦକ୍ଷିଣ-ପୂର୍ବ ସମୁଦ୍ରତଟରେ ଏହି ଘଟଣା ଘଟିଛି। ୬୫ ହଜାର ଟନ୍‌ ଓଜନର ଏହି ଜାହାଜ ଖରାପ ହେବା ପଛର କାରଣ ଯାଞ୍ଚ କରାଯାଉଛି। ୩ ବିଲିୟନ ପାଉଣ୍ଡ ଅର୍ଥରେ ନିର୍ମିତ ଉକ୍ତ ଯୁଦ୍ଧବିମାନ ୨୦୨୧ରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା।

Share