Categories: ଜାତୀୟ

ଖାଲିସ୍ତାନୀ ମୌଳିକବାଦୀଙ୍କ ଭାଙ୍ଗିବ ଅଣ୍ଟା: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ରକ୍ଷାମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୮: ଖାଲିସ୍ତାନୀ ଉଗ୍ରବାଦକୁ ରୋକିବା ପାଇଁ ଭାରତର ଆବେଦନ ଉପରେ ବ୍ରିଟେନ ଏକ ବଡ ପଦକ୍ଷେପ ନେଇଛି। ବ୍ରିଟେନ ସରକାର ଖଲିସ୍ତାନ ସମର୍ଥକ ମୌଳିକବାଦୀଙ୍କ ସହ ମୁକାବିଲା ପାଇଁ ଏକ ନୂତନ ପାଣ୍ଠି ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଭାରତ ଏବଂ ବ୍ରିଟେନ ମଧ୍ୟ ଉଗ୍ରବାଦ ବିରୋଧରେ ଲଢିବା ପାଇଁ ମିଳିତ ଟାସ୍କଫୋର୍ସ ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତରେ ବ୍ରିଟିଶ ହାଇ କମିଶନର ଏହି ସୂଚନା ଦେଇଛନ୍ତି।

ଭାରତରେ ଥିବା ବ୍ରିଟିଶ ହାଇ କମିଶନର କହିଛନ୍ତି ଯେ, ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଟୁଗେନହାଟଙ୍କ ମଧ୍ୟରେ ଏକ ବୈଠକରେ ଟୁଗେନହାଟ ନୂତନ ପାଣ୍ଠି ଘୋଷଣା କରିଛନ୍ତି, ଯାହା ଖାଲିସ୍ତାନବାଦୀ ଉଗ୍ରବାଦ ସହ ମୁକାବିଲା କରିବା ପାଇଁ ବ୍ରିଟେନର କ୍ଷମତା ବୃଦ୍ଧି କରିବ। ୯୫ ହଜାର ପାଉଣ୍ଡ (ପ୍ରାୟ ଏକ କୋଟି ଟଙ୍କା) ବିନିଯୋଗ ବ୍ରିଟେନ ସରକାରଙ୍କ ଖାଲିସ୍ତାନବାଦୀ ଉଗ୍ରବାଦକୁ ବୁଝିବାରେ ସାହାଯ୍ୟ କରିବ। ବ୍ରିଟିଶ ହାଇ କମିଶନର କହିଛନ୍ତି ଯେ ଭାରତ ଏବଂ ବ୍ରିଟେନ ମଧ୍ୟରେ ମିଳିତ ଟାସ୍କଫୋର୍ସ ଗଠନ ପ୍ରକ୍ରିୟା ଚାଲିଛି।

Share