ୟୁକ୍ରେନ ପାଇଁ ୬୫ ନିୟୁତ ଡଲାରର ସହାୟତା ପ୍ୟାକେଜ ଘୋଷଣା କଲା ବ୍ରିଟେନ…

ଲଣ୍ଡନ,୧୨।୭ : ଦୀର୍ଘ ଦିନ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନା ନେଉନାହିଁ। ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବ୍ରିଟେନ ସରକାର ମଙ୍ଗଳବାର କହିଛନ୍ତି ଯନ୍ତ୍ରପାତି ମରାମତି ତଥା ସାମରିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ ୟୁକ୍ରେନକୁ ୫୦ ମିଲିୟନ ପାଉଣ୍ଡ (୬୪.୭ନ ଡଲାର) ସହାୟତା ପ୍ୟାକେଜ ଯୋଗାଇବେ।

ବ୍ରିଟେନ ସରକାର ଏକ ବିବୃତ୍ତିରେ କହିଛନ୍ତି ୟୁକ୍ରେନ ପାଇଁ ନାଟୋର ବ୍ୟାପକ ସହାୟତା ପ୍ୟାକେଜ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡିକ ଆର୍ଥିକ ସହାୟତା ପ୍ରଦାନ କରାଯିବ ଏବଂ ସମଗ୍ର ଦେଶରେ ପୁନର୍ବାସ ବିଶେଷଜ୍ଞଙ୍କ ଦ୍ୱାରା ସମ୍ପନ୍ନ କରାଯିବ। ମିଳିତ ଘୋଷଣାନାମାରେ ସମସ୍ତ ଜି-୭ ସଦସ୍ୟଙ୍କ ଦସ୍ତଖତ ହେବ ବୋଲି ଆଶା କରାଯାଉଛି। ଆଗାମୀ ବର୍ଷରେ ଯୁଦ୍ଧ ଶେଷ କରିବାକୁ ସହଯୋଗୀମାନେ ୟୁକ୍ରେନକୁ କିପରି ସମର୍ଥନ କରିବେ ତାହା ଏହି ଘୋଷଣାନାମାରେ ଦର୍ଶାଯାଇଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ନାଟୋର ସଦସ୍ୟତା, ଆନୁଷ୍ଠାନିକ, ବହୁପକ୍ଷୀୟ ତଥା ଦ୍ୱିପାକ୍ଷିକ ଚୁକ୍ତିନାମା ତଥା ୟୁକ୍ରେନର ଅଗ୍ରଗତି ପାଇଁ ସମର୍ଥନ ଏବଂ ନାଟୋ ସଦସ୍ୟଙ୍କ ବିପୁଳ ସମର୍ଥନ ରାଷ୍ଟ୍ରପତି ପୁଟିନଙ୍କୁ ଏକ ଦୃଢ଼ ସଙ୍କେତ ଦେବ ଏବଂ ୟୁରୋପରେ ଶାନ୍ତି ଫେରାଇବ।

Share