ପ୍ରଥମ ଦେଶ ଭାବେ ଓମିକ୍ରନ ଭାକ୍ସିନକୁ ଅନୁମୋଦନ କଲା ବ୍ରିଟେନ

ଲଣ୍ଡନ,୧୫।୮: ବିଶ୍ୱରେ କରୋନା ଭାଇରସ୍‌ର ସବ୍‌ ଭାରିଆଣ୍ଟ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଓମିକ୍ରନ ଭାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମୋଦନ ଦେଇଛି ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଓମିକ୍ରନ ସଂକ୍ରମଣକୁ ରୋକିବାକୁ ମର୍ଡେନା କମ୍ପାନୀ ପ୍ରସ୍ତୁତ କରିଥିବା ଅପ୍‌ଡେଟ ଭାକ୍ସିନକୁ ମଞ୍ଜୁରୀ ମିଳିିଛି। ସୋମବାର ୟୁକେ ମେଡିସିନ୍‌ ଏବଂ ହେଲଥ୍‌କେୟାର ପ୍ରୋଡକ୍ଟସ୍‌ ରେଗୁଲେଟାରୀ ଏଜେନ୍ସୀ (ଏମ୍‌ଏଚ୍‌ଆରଏ) ଏହାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏହି ଭାକ୍ସିନ ଉଭୟ ବିଏ-୧, ବିଏ-୪, ବିଏ-୫ ଓ ଓମିକ୍ରନ ଭାଇରସ୍‌ ସମେତ ୨୦୨୦ରେ ବାହାରିଥିବା ମୂଳ ଭାଇରସ୍‌ ବିରୋଧରେ ମଧ୍ୟ ଏହା ଯଥେଷ୍ଟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ପ୍ରଭାବୀ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share