ରୁଷିଆ ୟୁରାନିୟମ ନିର୍ଭରତା ହ୍ରାସ ପାଇଁ ବ୍ରିଟେନ ଜାରି କଲା ପାଣ୍ଠି…

ଲଣ୍ଡନ,୨।୧ : ରୁଷିଆ ଉପ;ର ୟୁରାନିୟମ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ଆଣବିକ ଇନ୍ଧନର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ବ୍ରିଟେନ ୭୫ ମିଲିୟନ ପାଉଣ୍ଡ(୯୦.୫ମିଲିୟନ ଡଲାର୍‌) ପାଣ୍ଠି ଜାରି କରିଛି।

ବ୍ରିଟେନ କହିଛି ଯେ ଜୁଲାଇରେ ଘୋଷିତ ଏହି ପାଣ୍ଠି ୟୁରାନିୟମ ରୂପାନ୍ତର ଏବଂ ଧାତୁରୁ ଆଣବିକ ଇନ୍ଧନ ତିଆରି ପ୍ରକ୍ରିୟାରେ ଜଡିତ ବ୍ୟବସାୟୀଙ୍କୁ ଅନୁଦାନ ପ୍ରଦାନ କରିବ। ସୋମବାର ଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଆବେଦନ ପାଇଁ ଏହି ପାଣ୍ଠି ଖୋଲା ରହିବ। ରୁଷିଆ ବର୍ତ୍ତମାନ ବିଶ୍ୱର ୟୁରାନିୟମ ରୂପାନ୍ତର କ୍ଷମତାର ପ୍ରାୟ ୨୦ ପ୍ରତିଶତ କ୍ଷମତା ରଖିଛି।

ଏନେଇ ବ୍ରିଟେନର ପ୍ରଧାନନ୍ତ୍ରୀ ଋଷି ସୁନକଙ୍କ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ରିଟେନର ଶକ୍ତି ଏବଂ ଜଳବାୟୁ ସଚିବ ଗ୍ରାହାମ ଷ୍ଟୁଆର୍ଟ କହିଛନ୍ତି ଯେ ରୁଷିଆର ବେଆଇନ ଭାବେ ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ଘରୋଇ ଅକ୍ଷୟ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ବ୍ରିଟେନ ମଧ୍ୟ ଆଣବିକ ଶକ୍ତି ଉତ୍ପାଦନ କରି ଅଧିକ କାରଖାନା ନିର୍ମାଣ ଏବଂ ଘରୋଇ ଇନ୍ଧନ କ୍ଷମତା ବିକାଶ କରୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ପାଣ୍ଠିରୁ ୧୩ ମିଲିୟନ ପାଉଣ୍ଡ ଉତ୍ତର-ପଶ୍ଚିମ ଇଂଲଣ୍ଡର ସ୍ପ୍ରିଙ୍ଗଫିଲ୍ଡ ଆଣବିକ ଇନ୍ଧନ ଉତ୍ପାଦନକୁ ପ୍ରଦାନ କରାଯାଇଛି।

Share