ବ୍ରିଟେନରେ ମୂଳ ଭାରତୀୟ ବାସିନ୍ଦା ଡାକ୍ତରଙ୍କୁ ୧୮ ମାସ ଜେଲ

ଲଣ୍ଡନ,୩୦।୭: ଭାରତରେ ଦୁଇ ବର୍ଷ ଧରି ମସାଜ୍‌ ଥେରାପିଷ୍ଟ ଭାବେ ତାଲିମପ୍ରାପ୍ତ ବୋଲି ଦାବି କରୁଥିବା ଜଣେ ଭାରତୀୟ ମୂଳ ଡାକ୍ତରଙ୍କୁ ବ୍ରିଟେନ କୋର୍ଟ ୧୮ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ମହିଳା ରୋଗୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ ଯୌନ ଅପରାଧୀଙ୍କ ରେଜିଷ୍ଟରରେ ରଖାଯାଇଥିଲା।
ସେ ମେ’ରେ ଚାରି ଦିନିଆ ଶୁଣାଣି ପରେ ଚିଚେଷ୍ଟର କ୍ରାଉନ କୋର୍ଟରେ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଗତ ସପ୍ତାହରେ ତାଙ୍କୁ ୧୮ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେଥିମଧ୍ୟରୁ ନଅ ମାସ ଜେଲରେ ଏବଂ ଅବଶିଷ୍ଟ ନଅ ମାସ ଲାଇସେନ୍ସ ପାରୋଲ ସର୍ତ୍ତରେ ରହିବ। ଏଥିସହ ଅବ୍ରହାମଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ ଯୌନ ଅପରାଧୀଙ୍କ ରେଜିଷ୍ଟରରେ ରଖାଯିବ ଏବଂ ପୀଡିତାଙ୍କୁ ତାଙ୍କ ସମ୍ପର୍କରୁ ରକ୍ଷା କରିବା ପାଇଁ ପାଞ୍ଚ ବର୍ଷର ପ୍ରତିବନ୍ଧକ ଲାଗୁ ହେବ।

Share