୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…

ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି ଦମ୍ପତି ମୁଣ୍ଡରେ ହାତ ଦେଇଥିଲେ।
ଏ ସମ୍ପର୍କରେ କ୍ୟାରି କହିଛନ୍ତି, ସେ ଘରକାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ବାମୀ କ୍ଲେଟନ ଜୋରରେ ଚିଲ୍ଲେଇବାକୁ ଲାଗିଥିଲେ। ପାଟି ଶୁଣି ଆସି ସ୍ବାମୀଙ୍କ ପାଖରେ ପହଞ୍ଚି ଯାହା ଦେଖିଥିଲେ, ସେଥିରେ ତାଙ୍କୁ ଅଚାନକ ହାର୍ଟଆଟାକ୍‌ ଆସିବା ପରି ଲାଗିଥିଲା। ତାଙ୍କ ପୋଷା କୁକୁର ସୋସିଲ ୩ଲକ୍ଷ ଟଙ୍କା ଚୋବାଇ ଖାଇ ଦେଇଥିଲା।

ଦମ୍ପତି କିଛି ବିଶେଷ କାମ ପାଇଁ ସେମାନଙ୍କ ଜଏଣ୍ଟ ଆକାଉଣ୍ଟରୁ ଟଙ୍କା କାଢିଥିଲେ। ଏହି ୩.୩୨ଲକ୍ଷ ନଗଦ ଟଙ୍କାକୁ ସେ କିଚେନ କାଉଣ୍ଟରରେ ରଖିଥିଲେ। ଯାହକୁ ସୋସିଲ ଗିଳି ଦେଇଥିଲା।

ଏହି ଘଟଣା ପରେ ଦମ୍ପତି ସୋସିଲର ଦାନ୍ତରୁ ନୋଟ୍‌ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେହି ଉଦ୍ୟମ ବିଫଳ ହୋଇଥିଲା। ତେଣୁ ସେମାନେ ସୋସିଲ ମଳତ୍ୟାଗ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ସେ ମଳତ୍ୟାଗ କରିବା କ୍ଷଣି ସେଥିରୁ ନୋଟ୍‌ ଖୋଜିବା ଆରମ୍ଭ କରି ଦେଇଥିଲେ। ସେମାନେ ମଳରୁ ନୋଟ୍‌ଖଣ୍ଡ ବାହାର କରି ଧୋଇବାକୁ ଲାଗିଲେ। ଖୁବ୍‌ କମ୍‌ ନୋଟ୍‌ ସେହି ମଳରୁ ମିଳି ପାରିଥିଲା ଯାହାକୁ ସେମାନେ ସଫା କରି ବ୍ୟାଙ୍କରେ ଜମା କରିଥିଲେ। ସିରିୟାଲ ନମ୍ବର ଥିବା ଯୋଗୁ ବ୍ୟାଙ୍କ ସେ ସବୁକୁ ଗ୍ରହଣ କରିଥିଲା। ସେମାନେ ମୋଟ ୩୭,୪୦୦ଟଙ୍କା ହରାଇ ସାରିଥିଲେ। ବାକି ଅଢେଇ ଲକ୍ଷ ଟଙ୍କା ନୋଟକୁ ବ୍ୟାଙ୍କରେ ଜମା କରି ନୂଆ ନୋଟ୍‌ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri