ଲଣ୍ଡନ,୨୧ା୧୦: ବ୍ରିଟେନ୍ର ଦୁଇଟି ସ୍ବତନ୍ତ୍ର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟି ବିଜୟ ହାସଲ କରିବା ସହ ଶାସକ କଞ୍ଜରଭେଟିଭ୍ ପାର୍ଟିର ସୁରକ୍ଷିତ ପାର୍ଲାମେଣ୍ଟ ଆସନ ଛଡ଼ାଇ ନେଇଛି। ଫଳରେ ପ୍ରଧାନମନ୍ତ୍ରୀ ଋଷି ସୁନକ୍ଙ୍କୁ ବଡ଼ ଝଟ୍କା ଲାଗିଛି। କେନ୍ଦ୍ରୀୟ ଇଂଲଣ୍ଡର ଟାମଓ୍ବର୍ଥ ଏବଂ ଉତ୍ତର ଲଣ୍ଡନର ମିଡ୍-ବେଡ୍ଫୋର୍ଡଶାୟାର ଆସନର ଭୋଟରମାନେ କଞ୍ଜରଭେଟିଭ୍ ପାର୍ଟିରୁ ମୁହଁ ଫେରାଇ ଲେବର ପାର୍ଟିକୁ ବିପୁଳ ସମର୍ଥନ ଜଣାଇଛନ୍ତି। ଜାତୀୟ ନିର୍ବାଚନ ପୂର୍ବରୁ ଲେବର ପାର୍ଟି ଫ୍ରଣ୍ଟ-ରନର୍ ଷ୍ଟାଟସ୍କୁ ପକ୍କା କରିଛି। ଟାମ୍ଓ୍ବର୍ଥରୁ ଲେବର ପାର୍ଟି ପ୍ରାର୍ଥୀ ସାରା ଏଡ୍ଓ୍ବାର୍ଡ ବିଜୟୀ ହୋଇଥିବାବେଳେ ମିଡ୍-ବେଡ୍ଫୋର୍ଡଶାୟାରରୁ ଉକ୍ତ ଦଳର ଆଲିଷ୍ଟାର ଷ୍ଟ୍ରାଥେର୍ନ ନିର୍ବାଚିତ ହୋଇଛନ୍ତି।